Odisha news

ମହାକାଳପଡ଼ା : ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଗ୍ରାମବାସୀ

0

ମହାକାଳପଡ଼ା :  ମହାକାଳପଡ଼ା ବ୍ଲକ  ଅମେଇପାଳ ପଂଚାୟତ ର ମଧୁରଗଣ୍ଡ ଖମାର ନିଗମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂଘରୋଧ କେନ୍ଦ୍ରରେ ରହିଆସୁଥିବା ପଂଚାୟତ ଅଧିନସ୍ଥ ବଡ଼ଘାଇ ଗ୍ରାମର ମୁମ୍ବାଇ ଫେରନ୍ତା ଜଣେ ପ୍ରବାସୀ ଏବଂ ସାମଜରୀ ଗ୍ରାମର ଅହମଦାବାଦରୁ ଫେରିଥିବା ଜଣେ  ପ୍ରବାସୀ ମୋଟ ୨ ଜଣ କୋଭିଡ଼୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ୨ ପ୍ରବାସୀ ଜୁନ୍ ମାସ ୨୦ ତାରିଖରେ ସମ୍ପୃକ୍ତ ସଂଘରୋଧ କେନ୍ଦ୍ରରେ ଅନ୍ତେବାସୀ ଭାବେ ସାଥି ହୋଇ  ରହିଆସୁଥିଲେ ।

ମାତ୍ର ତନ୍ମଧ୍ୟରୁ ବଡ଼ଘାଇ ଗ୍ରାମର ପ୍ରବାସୀ ଜଣଙ୍କ ପ୍ରଶାସନିକ ବାଧାବିଘ୍ନକୁ ଖାତିର ନ କରି କୋଭିଡ଼୍ ୧୯ ର କଡ଼ାକଡ଼ି ନିୟମକୁ ଫୁ କରି ୧୦ ଦିନ ରହି  ସଂଘରୋଧ କେନ୍ଦ୍ରରୁ ଘରକୁ ଚାଲିଯାଇଥିଲେ । ମାତ୍ର ସମ୍ପୃକ୍ତ ପ୍ରବାସୀ ଜଣଙ୍କ ଘରକୁ ଜିବାର ୪୮ ଘଂଟା ପରେ ସେ ନିଜେ ଓ ତାଙ୍କ ସହଯୋଗୀ ଅନ୍ତେବାସୀ ପ୍ରବାସୀଙ୍କ କରୋନା ପଜିଟିଭ୍ ହୋଇଛି ବୋଲି ସ୍ଥାନୀୟ ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା ।

ଘରକୁ ଯାଇଥିବା ପ୍ରବାସୀ ଜଣଙ୍କ ୪୮ ଘଂଟା ସମୟ ଧରି ନିଜର ପରିବାର, ପଡ଼ୋଶୀ.ବନ୍ଧୁ ,ପରିଜନ ଓ ଗ୍ରାମବାସୀଙ୍କ ସହିତ ଅବାଧରେ ୪୮ ଘଂଟା ମିଳାମିଶା କରିବା ପରେ ସ୍ଥାନୀୟ ପ୍ରଶାସନ ୨ ତାରିଖ ଦିନ ବଡ଼ଘାଇ ପ୍ରବାସୀଙ୍କୁ ତାଙ୍କ ଘରୁ ଓ ସାଥି ପ୍ରବାସୀଙ୍କୁ ସଂଘରୋଧ କେନ୍ଦ୍ରରୁ ଚିକିତ୍ସା ନିମନ୍ତେ କୋଭିଡ଼୍ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି । ତେବେ ପ୍ରଶାସନିକ ଅବହେଳାରୁ ଗାଁ ଗଣ୍ଡାରେ ୪୮ ଘଂଟା ମିଳାମିଶା କରିବା ପରେ ପଜିଟିଭ୍ ଚିହ୍ନଟ ପ୍ରବାସୀ ଜଣଙ୍କ କେତେ ଲୋକଙ୍କ ସସ୍ପର୍ଷରେ ଆସିଲେ ଓ କେତେ ଲୋକଙ୍କୁ ସଙ୍କ୍ରମିତ କରିବେ ତାହାକୁ ନେଇ ସ୍ଥାନୀୟ ଅଂଚଳରେ ଗୋଷ୍ଠୀ ସଂଙ୍କ୍ରମଣ ଆଶଙ୍କା ରହିଛି ବୋଲି ଆତଙ୍କରେ ଥିବା ଗ୍ରାମବାସୀ ଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଛି ।

Leave A Reply

Your email address will not be published.