ଭଦ୍ରକ/ଆରଡି :ଏବର୍ଷ ଶ୍ରାବଣୀଯାତ୍ରା ଆଜି ଠାରୁ ଆରମ୍ଭ । ଏହି ଅବସରରେ ବିଭିନ୍ନ ଶୈବକ୍ଷେତ୍ର ହୋଇ ଉଠିଥାନ୍ତା ଉସିବମୁଖର । ହେଲେ କରୋନା ନାମକ ମହାମାରୀ ପାଇଁ ଦୀର୍ଘ ୩ମାସରୁ ଉର୍ଦ୍ଧ ହେବ କଟକଣା ଜାରି ରହିଥିବାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ତାହାସହ ଯେପରି କୋଣସି ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କର ସମାଗମ ନହେବ ସେଥିପାଇଁ କଡା ଅଙ୍କୁଶ ଲଗାଇଛନ୍ତି ରାଜ୍ୟ ସରକାର ।
ଏପରିକି ଚଳିତ ବର୍ଷ ଶ୍ରାବଣୀଯାତ୍ରା ବୋଲବମ ବା କାଉଡିଆଭକ୍ତମାନଙ୍କର ଜଳଲାଗି ଉପରେ ରାଜ୍ୟ ସରକାର ରୋକ ଲଗାଇଥିବା ବେଳେ କୋଣସି ଜଳ ଉସିରୁ ଯେପରି ଭକ୍ତମାନେ ଜଳଲାଗି ନିମନ୍ତେ ଜଳ ନଉଠାଇବେ ସେଥିପାଇଁ କଟକଣା ଜାରି କରାଯାଇଛି । ପୂର୍ଣ୍ଣିମା ତିଥି ଅନୁଯାୟୀ ଆଜି ସୋମବାର ପ୍ରଥମପାଳି ହୋଇଥିବାରୁ ଆରଡିପୀଠ ଆଖଣ୍ଡଳମଣିଙ୍କ ପୀଠ ଓ ମନ୍ଦିର ପରିସରରେ ୧୪୪ଧାରା ଜାରି କରିଛନ୍ତି ଭଦ୍ରକ ଜିଲା ପ୍ରଶାସନ । ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଚିଠି ନଂ ୯୦୭୦ ଏକ ସ୍ୱତନ୍ତ୍ର ପତ୍ର ମନ୍ଦିର ପ୍ରଶାସନକୁ ପ୍ରେରଣ କରାଯାଇଛି ।
ଏପରିକି ମନ୍ଦିର ପରିସର ମଧ୍ୟରେ ଅଧିକ ସଂଖ୍ୟକ ସେବାକାରୀ ନରହିବା, ନୀତିକାନ୍ତି ସମୟରେ ସୀମିତ ସେବାୟତ ମାକ୍ସ ପରିଧ୍ୟାନ କରିବା ସହ ସାମାଜିକ ଦୂରତା ରକ୍ଷାକରି ସମସ୍ତ ସେବାପୂଜା ସମାପନ କରିବା ପାଇଁ ପ୍ରଶାସନ ପକ୍ଷରୁ ନଟକା ଜାରି କରାଯାଇଛି । ତାହାସହ ପୀଠରେ ଥିବା ସମସ୍ତ ନଦୀଘାଟ ଓ ପୁଷ୍କରିଣୀକୁ ପରିଧିକୁ ମଧ୍ୟ ୧୪୪ଧାରା ଜାରି କରାଯାଇଥିବା ଚିଠିରେ ଉଲେଖ୍ୟ ରହିଛି । ସେହିପରି ପୀଠକୁ ସଂଯୋଗ କରୁଥିବା ସମସ୍ତ ଯାତାୟତ ପଥରେ କୋଣସି ବୋଲବମ/କାଉଡିଆଭକ୍ତ ଜଳଭାର ଧରି ନଆସିବା ଉପରେ କଟକଣା ଜାରି କରାଯାଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ।