ନୂଆପଡ଼ା – ୫/୬ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅବକାରୀ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଅବକାରୀ ବିଭାଗର ରାଜସ୍ବ ଆଦାୟ,ପ୍ରବର୍ତ୍ତନ କାର୍ଯ୍ୟକଳାପ ଏବଂ ଅବକାରୀ ବିଭାଗର କର୍ମଚାରୀ ମାନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଲୋଚନା କରାଯାଇଥିଲା l ବିଦ୍ୟାଳୟ , ଜନବସତି ଇତ୍ୟାଦି ଅଞ୍ଚଳରେ ଦୃଢ଼ ହସ୍ତରେ ଚୋରା କୁଚିଆ ମଦ ବିକ୍ରୟ କେନ୍ଦ୍ର ସବୁ ତୁରନ୍ତ ବନ୍ଦ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଆଗାମୀ ଦିନରେ ଅବକାରୀ କାର୍ଯ୍ୟକଳାପ କେମିତି ଆହୁରି ସୁଦୃଢ ହୋଇ ଜିଲ୍ଲାରେ ଅବୈଧ ଚୋରା ମଦ,ଗଞ୍ଜେଇ,ନିଶା କାରବାର ଉପରେ ରୋକ ଲାଗି ପାରିବ ତଥା ଜନ ସଚେତନତା ସୃଷ୍ଟି ହୋଇପାରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ।ବୈଠକରେ ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ନିରୀକ୍ଷକ ହିରାବତି ଥାଟି,ସୁରେଶ ଚନ୍ଦ୍ର ତାଣ୍ଡି,ସୋମନାଥ ବାଗ, ଅବକାରୀ ଉପ ନୀରିକ୍ଷକ ସଚଳା ପାଢ଼ୀ, ଅଲେଖ ପୁଟେଲ,ସିଦ୍ଧାନ୍ତ ପାତ୍ର,ମଙ୍ଗଳ ଛତ୍ରିଆ ଏବଂ ଅନ୍ୟ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ବିଷାକ୍ତ ମଦ ସମ୍ପୂର୍ଣ୍ଣ ବନ୍ଦ ଏବଂ ଯେମିତି ଗୋଟିଏ ବି ମୃତ୍ୟୁ ନହୁଏ ସେଥିପ୍ରତି ଅତ୍ୟନ୍ତ ସଚେତନ ରହିବାକୁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି l
