ସବୁ ସାରିଦେଲା କରୋନା । ସାରା ବିଶ୍ୱର ଆତଙ୍କ ସୃଷ୍ଟି କରି ଚାଳିଥିବା କରୋନା ଚଳିତ ବର୍ଷ ଆମ୍ଭମାନଙ୍କ ଠାରୁ ଭାଇଚାରାକୁ ଛଡାଇ ନେଇଛି । ଆଜି ଉକ୍ରଳୀୟ ନବବର୍ଷ । କେତେ ସଭା- ସମିତି, ନାଚ-ଗୀତ, ଆଲୋଚନାଚକ୍ର ଓ ପୂଜା- ଅର୍ଚ୍ଚନାରେ ମାତି ଥାଆନ୍ତେ ଓଡିଆମାନେ । କିନ୍ତୁ ଆଜିର ଦିନରେ ଓଡିଶା ଭିତରେ ଥିବା ଓଡିଆମନେ ହୁଅନ୍ତୁ କି ରାଜ୍ୟ ବାହାରେ ତଥା ଦେଶ ବାହାରେ ଥିବା ଓଡିଆମାନେ ହୁଅନ୍ତୁ ସମସ୍ତେ ନିଜ ନିଜ ଘରେ ବନ୍ଦୀ ଭଳି ରହିଛନ୍ତି । ଓଡିଆ ନୁଆଁ ବର୍ଷର ପ୍ରଥମ ଦିନକୁ ସମସ୍ତେ ନିସଙ୍ଗରେ ପାଳନ କରୁଛନ୍ତି । ଏଇ ଯେମିତି ଉକôଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା କାର୍ଯ୍ୟାଳୟରେ ଓଡିଆ ଜାତିର ଠାକୁର ଶ୍ରୀଜଗନ୍ନାଥଙ୍କୁ ପ୍ରଥମେ ବେଲପଣା ଅର୍ପଣ କରି ଶାଖା ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ପାଳନ କରିଛନ୍ତି ନବବର୍ଷ । ସେହିଭଳି ଉପଦେଷ୍ଟା ଡ ଦ୍ୱାରୀକା ନାଥ ମହାନ୍ତି, ସଂପାଦକ ଗୋବିନ୍ଦ ଚନ୍ଦ୍ର ସୁବୁଧି, ଯୁଗ୍ମ-ସମ୍ପାଦକ ସିଧାର୍ଥ ଶଙ୍କର ଗଡନାୟକ, ଇଂ. ଶିବ ପ୍ରସାଦ ମିଶ୍ର, ଓ କ୍ଷେତ୍ରମୋହନ ନାୟକ ଆଦି ବହୁ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ନିଜ ଘରେ ପାଳନ କରିବା ସହିତ ପୁର୍ବବର୍ଷର ସ୍ମୃତିକୁ ମନେ ପକାଇ ଦୁଃଖ ପ୍ରକାଶ କରିଛନ୍ତି ।