ଗଞ୍ଜାମ: କୋଭିଡ-19 କୁ ମୁକାବିଲା କୁ ନେଇ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରସିଦ୍ଧ ମେରୁଯାତ୍ରା ବନ୍ଦ କରିବାକୁ ନେଇ ନିର୍ଦେଶ ଜାରି କରିଥିବା ବେଳେ ଗଞ୍ଜାମ ବ୍ଳକର ବିଭିନ୍ନ ସ୍ଥାନରେ ହେବାକୁ ଥିବା ମେରୁଯାତ୍ରା କୁ ସୋମବାର ବନ୍ଦ କରାଯାଇଥିବା ଜଣାପଡିଛି।ତହସିଲଦାର ଅବନୀ କୁମାର ସାହୁ,ବି ଡି ଓ ଜ୍ୟୋତି ଶଙ୍କର ରାୟ,ଅତିରିକ୍ତ ତହସିଲଦାର ସନାତନ ମହାଳିକ,ଗଞ୍ଜାମ ଥାନା ଅଧିକାରୀ ଦିଲିପି କୁମାର ସାହୁ,ରମ୍ଭା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ,ଗଂଜାମ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭୁକଲ୍ୟାଣ ଦାଶ,ରେଭିନ୍ୟୁ ସୁପରଭାଇଜର ସୁବାଷ ଚନ୍ଦ୍ର ନାୟକ ପ୍ରମୁଖ ଗଞ୍ଜାମ ସହର ଦାମୋଦରପୁର କଲେଜ ରୋଡ଼ ରେ ରହିଥିବା କାଳୀ ମନ୍ଦିର ରେ ପହଞ୍ଚି ମନ୍ଦିର ବନ୍ଦ କରିବାକୁ ମନ୍ଦିର ପୂଜକ କୁ ନିର୍ଦେଶ ଦେଇଥିବା ବେଳେ ସେଠାକୁ କୌଣସି ଶ୍ରଦ୍ଧାଳୁ କୁ ଛାଡ଼ି ନଥିଲେ।ସେଠାରେ ପୋଲିସ ମୁତୟନ କରାଯାଇଥିଲା।
ସେହିପରି ଗଞ୍ଜାମ ବ୍ଲକ ର ବରୋଦା,ଆମ୍ବିଳି ଝର,ଵିରୁଳି ଗଡ଼,ରାଜପୁର, କରପଡା ପ୍ରମୁଖ କାଳୀ ମନ୍ଦିର ମାନଙ୍କରେ ପହଁଚି ମେରୁଯାତ୍ରାକୁ ବନ୍ଦ କରାଯାଇଥିଲା।ପୂର୍ବରୁ ଏ ନେଇ ମେରୁ ଯାତ୍ରା କମିଟି ମାନଙ୍କୁ ମେରୁଯାତ୍ରା ବନ୍ଦ କରିବାନେଇ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା।ଗଞ୍ଜାମ ଓ ରମ୍ଭା ଥାନା ପକ୍ଷରୁ
ସମ୍ପୃକ୍ତ ମେରୁ ସ୍ଥଳ ମାନଙ୍କରେ ପୋଲସ ମୁତୟନ କରାଯାଇଥିଲା।ତତ ସହିତ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନ ବିଭିନ୍ନ ମନ୍ଦିର ମାନଙ୍କୁ ପାଇଁତରା ମାରିବା ସହ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ମାନଙ୍କୁ ଯାଇ ପୂଜାର୍ଚନା କରିବାକୁ ବାରଣ କରିବା ସହ ମନ୍ଦିର ବନ୍ଦ କରିବା ପାଇଁ ପରିଚାଳନା କମିଟି କୁ ନିର୍ଦେଶ ଦେଇଥିବା ଦେଖିବାକୁ ମିଳିଥିଲା। ରବିବାର
ଗଜପତି ନଗର ଠାରେ ମାସନ୍ତ ମେରୁ କୁ ମଧ୍ୟ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ଏ ଟି ଓ ଶ୍ରୀ ମହାଳିକ ସୂଚନା ଦେଇଛନ୍ତି।
ଅନ୍ୟପଟେ କାଳୀ ମନ୍ଦିର ମାନଙ୍କ ରେ ବିଳମ୍ବିତ ରାତ୍ରରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିବା ବେଳେ ଶ୍ରଦ୍ଧାଳୁ ମାନେ ଭୋର ସମୟରୁ ମନ୍ଦିର ମାନଙ୍କରେ ଓ ମେରୁସ୍ଥଳ ମାନଙ୍କରେ ସାମାଜିକ ଦୂରତା ରକ୍ଷା କରି ପୂଜାର୍ଚନା କରାଯାଇଥିବା ଲକ୍ଷ କରାଯାଇଥିଲା।
ନୀତିକାନ୍ତି ଅନୁଯାୟୀ କାଳୀ ମନ୍ଦିର ଓ ମେରୁସ୍ଥଳରେ ପୂଜାର୍ଚନା କରା ନ ଗଲେ 12 ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଓ ମେରୁଯାତ୍ରା
କରାଯାଇପାରିବ ନାହିଁ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁଯାଯାଇଛି।