Odisha news

ନିରାଡ଼ମ୍ବର ଭାବରେ ହନୁମାନ ଜୟନ୍ତୀ ପାଳିତ।

0

ବୋରିଗୁମ୍ମା — ଆଜି ହେଉଛି ଓଡ଼ିଆ ନବ ବର୍ଷ। ଏଥିସହ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି। ପ୍ରତେକ ଓଡ଼ିଆ ଏହା ଏକ ମହାନ ପର୍ବ। କିନ୍ତୁ କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ ଡାଉନ ଯୋଗୁଁ କେବଳ ନିରାଡ଼ମ୍ବର ଭାବରେ ହନୁମାନ ଜୟନ୍ତୀ ସହ ପଣା ସଂକ୍ରାନ୍ତି ପାଳିତ ହୋଇଛି। ବୋରିଗୁମ୍ମା ସହର ମଧ୍ୟରେ ଥିବା ବିଭିନ୍ନ ହନୁମାନ ମନ୍ଦିର ମାନଙ୍କରେ ଗହଳି ଦେଖିବାକୁ ମିଳୁ ନ ଥିଲା। କେବଳ ପୂଜାରୀ ଓ ପୁରୋହିତ ମାନଙ୍କ ଦ୍ୱାରା ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯାଇଥିଲା। କେନ୍ଦୁଗୁଡା ସ୍ଥିତ ପଞ୍ଚମୁଖି ହନୁମାନ ମନ୍ଦିର ରେ କେବଳ ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା। ପ୍ରତି ବର୍ଷ ହନୁମାନ ଜୟନ୍ତୀ ଅବସରରେ ଏହି ପୀଠରେ ଧୁମଧାମରେ ପୂଜାର୍ଚ୍ଚନା ହେଉଥିଲା। ଚଳିତ ବର୍ଷ ଲକ ଡାଉନ ଯୋଗୁଁ ଭକ୍ତ ଙ୍କ ଆଗମନ ସୀମିତ ଥିଲା। ସେହିଭଳି ଦଳେଇ ସାହିରେ ଥିବା ହନୁମାନ ପ୍ରତିମୂର୍ତ୍ତି ରେ ପୂଜାର୍ଚ୍ଚନା କରାଯାଇଛି। କେନ୍ଦୁପତ୍ର ଗୋଦାମ ନିକଟ ହନୁମାନ ମନ୍ଦିରରେ ସ୍ୱଳ୍ପ ସଂଖ୍ୟକ ଭକ୍ତ ଯୋଗ ଦେଇ ପୂଜା କରିଥିଲେ। ସେହିଭଳି ପଣା ସଂକ୍ରାନ୍ତି ରେ ବିଭିନ୍ନ ମନ୍ଦିରରେ ପଣା ବ୍ୟବସ୍ଥା ହେଉଥିଲା।କିନ୍ତୁ ଲକ ଡାଉନ ପୂଜା ପାର୍ବଣ ଫିକା ପଡୁଛି।ସେହିଭଳି ବ୍ଲକ ର ବିଭିନ୍ନ ଗ୍ରାମାଞ୍ଚଳ ରେ ଥିବା ହନୁମାନ ପ୍ରତିମୂର୍ତ୍ତି ମାନଙ୍କରେ ଅତି ସାଧାରଣ ଭାବେ ପୂଜାର୍ଚ୍ଚନା କରାଯାଇଥିଲା।ସବୁ ମନ୍ଦିର ମାନଙ୍କରେ ସାମାଜିକ ଦୂରତ୍ୱ କୁ ବେଶ ଗୁରୁତ୍ୱ ଦିଆଯାଇଛି।

Leave A Reply