Odisha news

ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶୀତଳ ଉପଚାର ନୀତି ଆରମ୍ଭ କଟକଣା ପାଇଁ ବନ୍ଦ ରହିଲା ଗୋପାଳଭକ୍ତଙ୍କ ଜଳଲାଗି ଓ ସାଧାରଣ ଦର୍ଶନ ପୀଠରେ ପ୍ରଚଳିତ ହେଲା ନୂଆ ବିରଜା ପାଞ୍ଜି

0

ଭଦ୍ରକ/ଆରଡି,୧୩ ।୦୪:ପବିତ୍ର ମହାବିଷୁବ(ପଣା)ସଂକ୍ରାନ୍ତି ତଥା ଓଡିଆ ନବବର୍ଷର ପ୍ରଥମ ଦିନରେ ରାଜ୍ୟର ପ୍ରସିଦ୍ଧ ଶୈðବପୀଠ ଆରଡଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଏକମାସ ବ୍ୟାପୀ ଆରମ୍ଭ ହୋଇଛି ଶତଳ ଉପଚାର ନୀତି । ବିଶେଷକରି ମହାମାରୀ କରୋନା ପାଇଁ କଟକଣା ଜାରି ହୋଇଥିବାରୁ ମଣିବାବଙ୍କ ଶୀତଳ ଉପଚାର ନୀତିରେ ଗୋପାଳ ଭକ୍ତମାନଙ୍କର ଜଳଲାଗି ବନ୍ଦ କରିଦିଆଯାଇଥିଲା । ଅନ୍ୟପଟେ ମଣିବାବଙ୍କ ଶୀତଳଉପ‘ାର ନୀତି ଯେପରି ଭାବେ ସମ୍ପନ୍ନ ହେବ ସେଥିପାଇଁ ସେବାୟତମାନେ ନିକଟସ୍ଥ ବୈତରଣୀ ନଦୀ ସମେତ ପୁଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ ଜଳରେ ମଣିବାବଙ୍କୁ ଜଳଛାୟା କରିଥିଲେ କରିବା ସହିତ ସମସ୍ତ ନୀତିକାନ୍ତି କରିଥିଲେ । ଏପରିକି ପିଠରେ ପ୍ରଚଳିତ ନୂତନ ବିରଜାପାଞ୍ଜି ମଣିବାବଙ୍କ ନିକଟରେ ସମର୍ପଣ କରାଯିବା ପରେ ନୂଆପାnି ପ୍ର‘ଳନ କରାଯିବା ସହିତ ଜର୍ୟାତିଷଙ୍କ ଦ୍ୱାରା ମନ୍ଦିର ପ୍ରାଙ୍ଗଣରେ ପଠନ କରାଯାଇଥିଲା । ଏହି ଅବସରରେ ଭୋର ୪ଟାରେ ମନ୍ଦିରର ମୁଖ୍ୟ ଦ୍ୱାର ଫିଟା ହୋଇ ମନ୍ଦିର ମାର୍ଜନା ସହ ମଣିବାବାଙ୍କର ମଙ୍ଗଳ ଆଳତୀ, ମହୁ,ଘର୍ଷଣ ସ୍ନାନ,ଜଳାଭିଷେକ ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସୁସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯାଇଥିଲା । ପରେ ପଣାଭୋାଗ ଲାଗି କରିଥିଲେ । ପବିତ୍ର ବୈଶାଖ ମାସ ପ୍ରାରମ୍ଭରୁ ଏକମାସ ବ୍ୟାପୀ ମଣିବାବାଙ୍କର ଶୀତଳଉପ‘ାର ନୀତି ପାଇଁ ସେବାୟତମାନେ ମଧ୍ୟ ବ୍ରତ ରଖିଥାନ୍ତି । ସେହିପରି ମଣିବାବାଙ୍କ ଦୈନଦିନ ରୀତିନୀତି ଅନୁଯାୟୀ ଦିବା ୧ଟା ସୁଧା ସକାଳ ଧୂପ ସରିବା ପରେ ମଣିବାବାଙ୍କୁ ପୁର୍ନବାର ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ବଡନିତୀ ଭୋଗ ଲାଗି କରାଯାଇଥିଲା । ପରେ ଏକ ଘଣ୍ଟା ଅବକାଶ ନିତୀ(ଶୟନ)କରାଯାଇଥିଲା । ୩ଟାର ପୁର୍ନବାର ପହୁଡ ଖୋଲା ହେବା ପରେ ମନ୍ଦିରର ସେବାୟତ ପରିବାରଙ୍କ ପକ୍ଷରୁ ପଣା ଭୋଗ ଲାଗି ହେବା ସହ ପ୍ରଶାସନ ପକ୍ଷରୁ ପଣା ଭୋଗ ଲାଗି କରାଯାଇ ଅପରାହ୍ନ ୪ଟାରେ ମନ୍ଦିର ଗମ୍ଭୀରା ଘର ସଫେଇ କରାଯାଇ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାର, ଫୁଲ, ଚନ୍ଦନ ଦ୍ୱାରା ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ସନ୍ଧ୍ୟାରେ ଷୋଡଶ ଉପଚାର ପୂଜା, ପଞ୍ଚଉପଚାର ପୂଜା ଆଳତୀ ସରିବା ପରେ ରାତ୍ର ୧୦ଟାରେ ବାଟୁଳାନିତୀ ଲାଗି ହୋଇ ଶେଷ ପହୁଡ କରାଯିବ ବୋଲି ମନ୍ଦିରର ସେବାୟତ ଓ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି ମନ୍ଦିର ପ୍ରାଙ୍ଗଣରେ ଥିବା ହନୁମାନଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା ।

Leave A Reply