Odisha news

ଉଦାଶ ଆଶ୍ରମ ପକ୍ଷରୁ ଚଣ୍ଡିଖୋଲ ଠାରେ ପଥଚାରୀଙ୍କୁ ଦହିପଣା ଓ ମାସ୍କ ବଣ୍ଟନ

0

ଚଣ୍ଡିଖୋଲ, ୧୩/୪ -ବିଶ୍ୱ ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇଁ ସରକାରଙ୍କ ୍ତରଫରୁ ଯୋଗୁ ଲକ ଡାଉନ ଘୋଷଣା କରାଯାଇଥିବାରୁ ପଥଚାରୀ ଓ ଗାଡ଼ି ଚାଳକ ମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିବାରୁ ରାସ୍ତାରେ ପାଣି ଟିକେ ମଧ୍ୟ ପାଇ ପାରୁ ନାହାନ୍ତି । ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ଛତିଆ ସୋଲର ସ୍ଥିତ ଉଦାସ ଆଶ୍ରମ ପକ୍ଷରୁ ବ୍ରହ୍ମଚାରୀ ରବିନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଚଣ୍ଡିଖୋଲ ଛକ ଠାରେ ଗାଡ଼ି ଚାଳକ ଓ ପଥଚାରୀ ମାନଙ୍କୁ ଦହି ପଣା ଓ ମାସ୍କ ବଣ୍ଟନ କରିଥିଲେ । ସରକାରଙ୍କ ପକ୍ଷରୁ ଘୋଷଣା ମୁତାବକ ଚଣ୍ଡିଖୋଲ ଠାରେ ମାତ୍ର ସ୍ୱଳ୍ପ ସମୟ ପାଇଁ କେତେକ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ହେଉଛି । ଓ ବନ୍ଦ ହୋଇଗଲା ପରେ ରାଜ୍ୟର ଏକ ପ୍ରମୁଖ ବଜାର ଭାବେ ପରିଚିତ ଚଣ୍ଡିଖୋଲ ତିନି ଗୋଟି ଜାତୀୟ ରାଜପଥର ସଂଯୋଗ ସ୍ଥଳୀ ରେ ବିଭିନ୍ନ ଦିଗରୁ ଆସୁଥିବା ବହୁ ଗାଡ଼ି ଚାଳକ ମାନେ ପାଣି ପାଇଁ ହତାଶ ହୋଇପଡ଼ୁଥିବା ବେଳେ ଓ ଅପର ପକ୍ଷରେ ଏହି ରାସ୍ତା ଦେଇ ଯାଉଥିବା ବହୁ ପଥଚାରୀ ମାନଙ୍କ ପାନୀୟ ଜଳ ସୁବିଧା ପାଇଁ ଶ୍ରୀ ଦାସ ଜନସାଧାରଣଙ୍କ ମହତ ଉଦେ୍ଦଶ୍ୟରେ ଏହା ଆୟୋଜନ କରିଥିଲେ । ଏଡି କାର୍ଯ୍ୟକ୍ରମରେ ବଡ଼ଚଣା ବିଡିଓ ଅଜିତ ନାରାୟଣ ପ୍ରସାଦ ଗିରୀ, ତହସିଲଦାର ବରେଣ୍ୟନ୍ଦୁ ମହାନ୍ତି, ବଡ଼ଚଣା ମେଡ଼ିକାଲ ଅଫିସର ରଶ୍ମିରଂଜନ ପଶାୟତ, ଚଣ୍ଡିଖୋଲ ଫରେଷ୍ଟର ଶଶୀଭୂଷଣ ବେହେରା, ଆଶ୍ରମର ମୁଖ୍ୟ ପରିଚାଳକ ସତ୍ୟରଂଜନ ଦାସ, ଭକ୍ତ ଶିବ ପ୍ରସାଦ ମହାନ୍ତି ଙ୍କ ସମେତ ଚଣ୍ଡିଖୋଲ ଓ ବଡ଼ଚଣା ଅଞ୍ଚଳର ସମସ୍ତ ପ୍ରମୂଖ ସାମ୍ବାଦିକ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ପରେ ଚଣ୍ଡିମନ୍ଦିର ଓ ମହାବିନାୟକ ପୀଠ ସ୍ଥଳରେ ବାସ କରୁଥିବା ମାଙ୍କଡ଼ ଓ ଗୋରୁଙ୍କୁ ଶୁଖିଲା ଖାଦ୍ୟ ସାମଗୀ୍ର ବଣ୍ଟନ କରାଯାଇଥିଲା ।

Leave A Reply