ନୂଆପଡା ୭/୯ (ସବ୍ୟୁ) ନୂଆପଡା ଜିଲ୍ଲାରେ ଆଜି ନୂତନ ୯୩ ଜଣ କୋଭିଡ ପୋଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୯୩ ଗୋଟି ପୋଜେଟିଭକୁ ମିଶାଇ ଜିଲାରେ ପୋଜିଟିଭ ସଂଖ୍ୟା ୧୦୯୦ କୁ ବୃଦ୍ଧି ହୋଇଅଛି। ଜିଲ୍ଲାର ଖଡ଼ିଆଳ ବ୍ଲକ ରେ ୩୯ଜଣ, ଖରିଆର ରୋଡ଼ ବିଜ୍ଞାପିତ ଅଂଚଳ ପରିଷଦ ର ୨୪ ଜଣ, ନୂଆପଡା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଜଣ କୋମନା ବ୍ଲକରେ ୫ ଜଣ ସିନାପାଲି ବ୍ଲକରେ ୧୮ ଜଣ, ଏବଂ ବୋଡେ଼ନ ବ୍ଲକରେ ୧ଜଣ ପୋଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଜିଲ୍ଲା ମୁଖ୍ୟ କୋଭିଡ ଆଧିକାରୀ ଡା. ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।
