ଆଣ୍ଡ୍‌ ଟିଭି ଚାନେଲ୍‌ର ପପୁଲାର୍‌ ଶୋ’ ‘ଭାବିଜୀ ଘର ପର୍‌ ହୈ’ରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଶିଳ୍ପା ସିନ୍ଦେ ଏବେ ବେଶ୍‌ ଚର୍ଚ୍ଚାରେ । ସେ ଦୁଇ ବର୍ଷ ପରେ କମେଡି ଶୋ’ ‘ଗ୍ୟାଙ୍ଗ୍‌ ଅଫ୍‌ ଫିଲ୍ମିସ୍ତାନ’ରୁ ଇଣ୍ଡଷ୍ଟ୍ରୀକୁ ଫେରିଛନ୍ତି । ଏହି ଶୋ’ରେ ତାଙ୍କ ସହ ସୁନିଲ ଗ୍ରୋଭର ଓ ଅଲୀ ଅଜଗର ବି ଅଛନ୍ତି । ହେଲେ ତାଙ୍କୁ ସୁନିଲଙ୍କ ସପୋର୍ଟ ପସନ୍ଦ ଆସୁନି । ସେ ଶୋ’ର ପ୍ରଡୁ୍ୟସର୍‌ଙ୍କ ଉପରେ ଧୋକା ଓ ମିଥ୍ୟା କହିବା ଅଭିଯୋଗ ଆଣିଛନ୍ତି । ନିଜ ବୟାନକୁ ଠିକ୍‌ ଦର୍ଶାଇବା ପାଇଁ କମ୍ପାନୀ ସହ ଇମେଲ୍‌ ଓ ଚାଟ୍‌ ଜରିଆରେ ହୋଇଥିବା ଆଲୋଚନାକୁ ସାର୍ବଜନିକ କରିଛନ୍ତି । ଇମେଲ୍‌ ଓ ଚାଟ୍‌ ସେୟାର କରି କହିଛନ୍ତି, ‘ପ୍ରଡୁ୍ୟସର୍‌ ପ୍ରୀତି ଓ ନୀତି ମୋ ବିଷୟରେ ମିଛ କହିବା ବନ୍ଦ କର । ମୁଁ ଏଭଳି ସଙ୍ଗୀନ୍‌ ପରିସ୍ଥିତିରେ ବି ଘଣ୍ଟା ଘଣ୍ଟା ସେଟ୍‌ କାମ କରିଛି । ମୋଠାରେ ରୋଗର ଲକ୍ଷଣ ମଧ୍ୟ ଦେଖାଯାଇଥିଲା । ହେଲେ ମେକର୍‌ ଶୋ’ରେ ସୁନିଲ ଗ୍ରୋଭରଙ୍କୁ ଗୁରୁତ୍ୱ ଦେଇ ଅନ୍ୟମାନଙ୍କୁ ସାଇଡ୍‌ କରୁଛନ୍ତି । ମୁଁ ଏହି ବିବାଦକୁ ଭଲରେ ଶେଷ କରିବାକୁ ଚାହୁଁଥିଲି । ଆପଣମାନେ ଡ୍ରାମା ବନ୍ଦ କରନ୍ତୁ । ମୁଁ କରୋନା ସଂକ୍ରମିତ ହୋଇଛି । ଏପରି ସମୟରେ ତ ମିଛ କହନ୍ତୁ ନାହିଁ ଯେ ଆପଣ ମୋତେ କଣ୍ଟାକଫ କରିବାକୁ ଚେଷ୍ଟା କରୁଛନ୍ତି ।’

LEAVE A REPLY

Please enter your comment!
Please enter your name here