Odisha news

ଏନଟିପିସି ପକ୍ଷରୁ ମାସ୍କ,ସାନିଟାଇଜର ବିତରଣ

0

କଣିହାଁ : ଏନଟିପିସି କଣିହାଁ ପକ୍ଷରୁ କଣିହାଁ ପ୍ରେସ କ୍ଲବ ପରିସରରେ ସାମ୍ବାଦିକ ମାନଙ୍କୁ ମାସ୍କ, ସାନିଟାଇଜର ପ୍ରଦାନ କରାଯାଇଛି । ଶୁକ୍ରବାର ପ୍ରେସକ୍ଲବ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଟିପିସି କଣିହାଁ ଏଜିଏମ(ଏଚଆର) କେ ଏଶ ଶର୍ମା, ଡିଜିଏମ(ଏଚଆର) ଜାକିର ଖାନ, ବରିଷ୍ଠ ଅଧିକାରୀ ରାଜେନ୍ଦ୍ର ବେହେରା, ପିଆରଓ ଅମିତ ବେହେରା , ଏପିଆରଓ ସାରା ଶର୍ମା ,କର୍ମଚାରୀ ପଙ୍କଜ ବେହେରା ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ସାନିଟାଇଜର ଓ ମାସ୍କ ବଂଟନ କରିଥିଲେ । ଏଥିସହ ଅଧିକାରୀ ମାନଙ୍କ ଦ୍ୱାରା ଅଂଚଳର କେତେକ ଗରିବ ଅସହାୟ ଲୋକଙ୍କୁ ଚୁଡା, ଚିନି, ସାବୁନ ଓ ମାସ୍କ ବଂଟନ କରିଥିଲେ ।

କରୋନା ଭୁତାଣୁ ସଂକ୍ରମିତ ନହେବା ପାଇଁ ହାତ ଧୋଇବା, ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୁରତା କୁ ମାନିବା ପାଇଁ ଅଧିକାରୀମାନଙ୍କ ଦ୍ୱାରା ସଚେତନ କରାଯାଇଥିଲା । ଏନଟିପିସି କଣିହାଁ ସିଏସଆର ଯୋଜନା ମାଧ୍ୟମରେ ଆଖପାଖ ଗ୍ରାମ, ହଟିଂ, ଏନଟିପିସି ଠିକା ଶ୍ରମିକ, କର୍ମଚାରିଙ୍କୁ ୨୦ହଜାରରୁ ଅଧିକ ମାସ୍କ ବଂଟନ କରାଯିବା ସହ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫୦ କୋଟି ଟଙ୍କା, ଏନଟିପିସି କର୍ମଚାରୀ ଗୋଟିଏ ଦିନର ଦରମା ପ୍ରଦାନ କରି ସେ ବାବଦକୁ ୭କୋଟି୫୦ଲକ୍ଷ ଟଙ୍କା ପ୍ରଦାନ କରାଯିବାସହ ଅନ୍ୟାନ୍ୟ କ୍ଷେତ୍ରରୁ ପାଖାପାଖି ୨୦କୋଟି ୭ଲକ୍ଷ ସିଧାସଳଖ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଏଜିଏମ(ଏଚଆର) ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ବିତରଣ ସମୟରେ କଣିହାଁ ପ୍ରେସକ୍ଲବର ସଭାପରି, ସଂପାଦକ ସମେତ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।

Leave A Reply