ବ୍ୟାସନଗର : ପ୍ରବାସୀ ଶ୍ରମିକଙ୍କୁ ନେଇ ଟ୍ରେନ୍ ଆସୁଥିବା ଏବଂ ଯାଜପୁର ରୋଡ଼ ଷ୍ଟେସନରେ କେତେକ ଶ୍ରମିକ ଓହ୍ଲାଇବ ବୋଲି କୁହାଯାଇଥିଲା । କିନ୍ତୁ ଟ୍ରେନ୍ ରହିଲାନି । ହାଇଦ୍ରାବାଦର ନାମ୍ବୁରରୁ ଶ୍ରମିକ ମାନଙ୍କୁ ଧରି ଟ୍ରେନ ଆସୁଥିବା ପୂର୍ବରୁ ସୂଚନା ରହିଥିଲା । ଟ୍ରେନ ସନ୍ଧ୍ୟା ୬ଟା ସମୟରେ ଲାଗିବା ନେଇ ସୂଚନା ଥିଲା । ଟ୍ରେନ୍ ଲାଗିବା ପୂର୍ବ ୧ଘଣ୍ଟା ପୂର୍ବରୁ ଜିଲା ପ୍ରଶାସନ ସଜାଗ ହୋଇପଡ଼ିଥିଲା । ଏସପି ଚରଣ ସିଂ ମିନା ପୁଲିସ ଦଳ ସହ ଷ୍ଟେସନରେ ପହଁଚି ଷ୍ଟେସନ ବଜାର ସମ୍ମୁଖ ଦୋକାନ ଓ ଉକ୍ତ ରାସ୍ତା ପାଶ୍ୱର୍ ଦୋକାନକୁ ବନ୍ଦ କରିଦେଇଥିଲା ।
କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ତହସିଲଦାର ଶରତ ମହାପାତ୍ର, ଅତିରକ୍ତ ତହସିଲଦାର ରଶ୍ମିତା ସ୍ୱାଇଁ, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, କଳିଙ୍ଗନଗର ଅତିରିକ୍ତ ଏସପି ରାଜ କିଶୋର ଦୋରା, ଏସଡ଼ିପିଓ ଯାଜପୁର ରୋଡ଼ ଚିନ୍ମୟ କୁମାର ନାୟକ, ଆରପିଏଫ ଅଧିକାରୀ ରମାକାନ୍ତ ବାରିକ, ଯାଜପୁର ରୋଡ଼ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ସବଇନିସପେକ୍ଟର ପବିତ୍ର ମହାରଣା, ରାଜେଶ ସେଠୀ, ସୁବାସ ମୁଦୁଲୀ, ମିନତୀ ବେହେରା, ମନୋଜ ବାରା ପ୍ରମୂଖ ଉପସ୍ଥିତ ରହିଥିଲେ ।
ପ୍ରବାସୀଙ୍କୁ ନେବାକୁ ବସବି ଆସି ପହଁଚିଥିଲା । କିନ୍ତୁ ଟ୍ରେନରେ ଆସିଥିବା ପ୍ରବାସୀ ନିର୍ଗୁଣ୍ଟ ଷ୍ଟେସନରେ ଓହଲାଇ ପଡ଼ିଥିବାରୁ ଏଠାରେ ଜଣେବି ଓହ୍ଲାଇ ନଥିବା ଆରପିଏଫ ଅଧିକାରୀ ଶ୍ରୀ ବାରିକ ସୂଚନା ଦେଇଛନ୍ତି । ଆସନ୍ତାକାଲି ସକାଳ ୮ଟାରେ ପ୍ରବାସୀଙ୍କୁ ନେଇ ଏକ ଟ୍ରେନ ଆସି ଯାଜପୁର ରୋଡ଼ ଷ୍ଟେସନରେ ଲାଗିବ । ଗାଡ଼ି ଲାଗିବାର ଘଣ୍ଟାଏ ପୂର୍ବରୁ ଗୋପବନ୍ଧୁ ଛକରୁ ସାଇମନ୍ଦିର ଫାଟକ ଅଞ୍ଚଳକୁ ୧୪୪ଧାରା ଜାରୀ ଲାଗୁ କରିବା ସହିତ ସିଲ କରିଦିଆଯିବ । ଶ୍ରମିକ ଓହଲାଇ ନିଜ ଅଞ୍ଚଳକୁ ଗଲା ପରେ ଏବଂ ଷ୍ଟେସନ ଅଞ୍ଚଳକୁ ସାନିଟାଇଜର କରାଯିବା ପରେ ଯାଇ ଅବରୋଧ ହଟାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।