Odisha news

ବ୍ୟାସନଗରରେ ୩ କରୋନା ଆକ୍ରାନ୍ତ ଚିହ୍ନଟ

0

ବ୍ୟାସନଗର :ବ୍ୟାସନଗରରେ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୈାରାଞ୍ଚଳ ସାପଗାଡ଼ିଆ ତଥା୧୭ନଂ ୱାର୍ଡ଼ରୁ ଶ୍ୱଶୁର ଜ୍ୱାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟଜଣେ ବୀଣାପାଣି ସାହିର ରହିଛନ୍ତି । ୮୩ ଓ ୬୪ ବର୍ଷର ଶ୍ୱଶର ଜ୍ୱାଇଁ ସରିଡ଼ିରୁ ଫେରିଥିବା ବେଳେ ୪୮ବର୍ଷର ବୀଣାପାଣିର ଆକ୍ରାନ୍ତ ମଧ୍ୟ ସିରିଡ଼ି ତିର୍ଥ କରିବାକୁ ଯାଇଥିଲେ । ଏହି ୩ଜଣ ସହ ଅନ୍ୟ କେତେକ ଗୋଟିଏ ବସରେ ଫେରି ୧୨ତାରିଖରେ ବ୍ୟାସନଗରରେ ପହଁଚିଥିଲେ ।

ଏଠାରେ ପହଁଚିବା ପରେ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ତେବେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ପୈାର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା, ଯାଜପୁର ରୋଡ଼ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଯାଜପୁର ରୋଡ଼ ମେଡ଼ିକାଲ ଅଧିକାରୀ ଡ଼ାକ୍ତର ସନ୍ତୋଷ କୁମାର ପୃଷ୍ଠି, ବ୍ୟାସନଗର କେଭିଡ଼-୧୯ ଅଧିକାରୀ ମାଣିକ ରଂଜନ ନାୟକ ପ୍ରମୂଖ ପହଁଚି ଆକ୍ରାନ୍ତଙ୍କୁ କୋଭିଡ଼ ମେଡ଼ିକାଲକୁ ଚିକିସôା ନିମନ୍ତେ ପଠାଇଥିଲେ ।

ଚିହ୍ନଟ ପରେ ସଂପୃକ୍ତ ଅଞ୍ଚଳରକୁ ୧୪୪ ଧାରା ଲାଗୁ କରାଯାଇଛି । ବିଣାପାଣୀ ସାହି ଆକ୍ରାନ୍ତ ସାଙ୍ଗରେ ମିଶିଥିବା ଜଣେ ଯୁବକକୁ ଉଠାଇ ନିଆଯାଇ ସରସ୍ୱତୀ ଶିଶୁ ମନ୍ଦିର ସଂଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଆସନ୍ତାକାଲି ସ୍ୱାବ ସଂଗ୍ରହ କରାଯିବ । କରୋନା ଆକ୍ରାନ୍ତ ଚିିହ୍ନଟ ପରେ ସାପଗାଡ଼ିଆ ଓ ବିଣାପାଣୀ ସାହିକୁ ସାନିଟାଇଜର କରାଯାଇଛି ।

Leave A Reply