ବାସୁଦେବପୁର,: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଥିବାରୁ ସାଧାରଣରେ ଡାକ୍ତରଖାନାକୁ ଆସୁଥିବା ରୋଗୀମାନଙ୍କର ପ୍ରାଥମିକ ରୋଗର ଲକ୍ଷଣ ଜାଣିବା ଓ ଡାକ୍ତରଙ୍କ ସୁରକ୍ଷା ପାଇଁ ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁଇ ଗୋଟି ସ୍କାନିଙ୍ଗ ମେସିନ୍ ପ୍ରଦାନ କରିଛନ୍ତି । ପ୍ରବାସୀ ଓଡିଆ କଲୋକତା ଫେରନ୍ତାଙ୍କ ପରେ ଏବେ ସୁରତ୍ ଓ ବାଙ୍ଗଲୋର ଫେରନ୍ତା ପ୍ରଶାସନର ଚିନ୍ତା ବଢାଇ ଦେଇଛନ୍ତି ।
ଅମାନିଆ ହୋଇ କିଏ ସାଇକେଲର ତ ପୁଣି କିଏ ମୋଟରସାଇକେଲରରେ ଫେରୁଛନ୍ତି । ସଂକ୍ରମଣ କରୁଥିବାରୁ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ନିରାପଦରେ କାର୍ଯ୍ୟକରିବା ପାଇଁ ବିଧାୟକ ବିଷ୍ଣୁବ୍ରତ ରାଉତରାୟ ନିଜସ୍ୱ ପା=ିରୁ ଦୁଇଟି ସ୍କିନ୍ଙ୍ଗ ମେସିନ୍ ବିଡିଓ ପ୍ରଣବ କୁମାର ବେହେରାଙ୍କ ଜରିଆରେ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରିଛନ୍ତି । ରୋଗୀମାନଙ୍କୁ ପ୍ରାଥମିକ ଭାବେ ସ୍କାନର ଟେମ୍ପରଚର ମପାଯାଇ କରୋନାର ଲକ୍ଷଣ ନିରିକ୍ଷଣ କରିହେବ । ବିଧାୟଙ୍କ ପ୍ରତିନିଧି ଅସିତ୍ କୁମାର ଦାସ ଉପସ୍ଥିତ ଥିଲେ । ଆବଶ୍ୟକ ହେଲେ ଅଧିକ ସ୍କାନର ଯୋଗାଇ ଦିଆଯିବ ବୋଲି ବିଧାୟକ କହିଥିଲେ ।