Odisha news

ଗୀତାଞ୍ଜଳୀ ଫାଉଣ୍ଡେସନ ପକ୍ଷରୁ କରୋନା ଯୋଦ୍ଧା ଭାବେ ବାଲିଅନ୍ତା ଅଗ୍ନୀଶମ ଓ ପଂଚାୟତ ଜନପ୍ରତିନିଧିଙ୍କୁ ସମ୍ମାନିତ

0

ବାଲିଅନ୍ତା :  ବାଲିଅନ୍ତା ବ୍ଲକରେ ଆଜି କରୋନା ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟରତ ଅଗ୍ନୀଶମ ଓ ବିଭିନ୍ନ ପଂଚାୟତର ଜନପ୍ରତିନିଧି ତଥା ଜିଲ୍ଲାପରିଷଦ ସଭ୍ୟ, ସରପଂଚ ଓ ସମିତି ସଭ୍ୟମାନଙ୍କୁ ଅଗ୍ରଣୀ ସ୍ୱଚ୍ଛାସେବୀ ସଂଗଠନ  “ଗୀତାଞ୍ଜଳୀ ଫାଉଣ୍ଡେସନ’’ ପକ୍ଷରୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି । ପ୍ରଥମେ ବାଲିଅନ୍ତା ଅଗ୍ନୀଶମ କାର୍ଯ୍ୟାଳୟ ପରିସରରେ ଓ ପରେ ପରେ ପ୍ରତାପଶାସନ   ଗ୍ରମ ପଂଚାୟତରେ ସମ୍ମାନୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟରତ କର୍ମଚାରୀମାନଙ୍କୁ  ଓ ଜନପ୍ରତିନିଧିମାନଙ୍କର କରୋନା ସଂପର୍କିତ କାର୍ଯ୍ୟକଳାପକୁ ସ୍ଥାନୀୟ ବିଧାୟକ ଡଃ ଆରବିନ୍ଦ ଢାଲୀ ଉଚ୍ଚପ୍ରସଂଶା କରିବା ସହିତ ମାନପତ୍ର, ଉତରୀୟ ଓ ବୃକ୍ଷ ଦେଇ ସମ୍ବର୍ଦ୍ଦିିତ କରିଥିଲେ  ।

ିଏହି  ନିସ୍ୱାର୍ଥପର ସେବାପାଇଁ ତାଙ୍କର କାର୍ଯ୍ୟ କରିବାର ଦକ୍ଷତାକୁ ଉତ୍ସାହ ପ୍ରଦାନ ସ୍ୱରୁପ ପ୍ରତ୍ୟେକ କର୍ମଚାରୀଙ୍କୁ କରୋନା ଯୋଦ୍ଧା ଭାବେ ବିବେଚିତ କରାଯାଇ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେଅନୁଷ୍ଠାନର ପ୍ରତିଷ୍ଠାତା ରଂଜନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ  ସାମାଜିକ ଦୂରତା ସହ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ, ବିଧାୟକଙ୍କ ବାଲିଅନ୍ତା ବ୍ଲକର ପ୍ରତିନିଧି ଅଚୁ୍ୟତାନନ୍ଦ ପାତ୍ର, ଡଃ ରଜନୀ ରଂଜନ ଦାଶ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ଯୁବସମାଜସେବୀ ତାପସ ରଂଜନ ମଲ୍ଲିକ,  ତପନ କୁମାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଦେବେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ  ଥିଲେ ।

Leave A Reply