ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି-କିଶନନଗର-ନେମାଳ ଥାନା ପୋଲିସର ମିଳିତ ଚଢାଉ ଯୋଗୁଁ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ୫ ଜଣ କୁଖ୍ୟାତ ଡ଼କାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ବୋଲେରୋ , ଗୋଟିଏ ବୁଲେଟ ଗାଡ଼ି, ୨ଟି ବାଇକ ସମେତ ଲକ୍ଷାଧିକ ଟଙ୍କା ମୂଲ୍ୟର ବୈଦୁ୍ୟତିକ ସାମଗ୍ରୀ , ମାରଣାସ୍ତ୍ର, ମୋବାଇଲ, ସୁନା ,ରୂପା ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୨/୩ଜଣ ଅଭିଯୁକ୍ତ ଫେରାର ଥିଲା ବେଳେ ଆଉ ବହୁ ଚୋରି ସାମଗ୍ରୀ ଉଦ୍ଧାର କରିବା ନିମନ୍ତେ ପୋଲିସ ଜାଲ ବିଛାଇଥିବାର କଟକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୁ୍ୟମ୍ନ କୁମାର ଜେନା ଆଜି ଅପରାହ୍ନରେ ନିଶ୍ଚିନ୍ତକୋଇଲି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଗତ ଏପ୍ରିଲ ୨୩ ତାରିଖ ରାତ୍ରରେ କରୋନା ହେତୁ ଲକଡ଼ାଉନ ଥିବାର ସୁଯୋଗ ନେଇ ନେମାଳ ଥାନା ନଗସପୁର ଗ୍ରାମ ପଞ୍ଚାୟତ ବରହମପୁର ଗ୍ରାମର ଅଶୋକ କୁମାର ସାହୁଙ୍କ ଝାଡ଼େଶ୍ୱରପୁର ପଞ୍ଚାୟତ ବାଲିଗଡ଼ା ବଜାରରେ ଥିବା ଇଲୋକଟ୍ରୋନିକ୍ସ ଦୋକାନ ଭାଙ୍ଗି ଲୁଟେରାମାନେ ପ୍ରାୟ ୪ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବିଭିନ୍ନ ମୂଲ୍ୟବାନ ବୈଦୁ୍ୟତିକ ସାମଗ୍ରୀ ଲୁଟି ନେଇଥିଲେ । ଏ ସମ୍ପର୍କରେ ଶ୍ରୀ ସାହୁ ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ସେହିପରି ଭାବେ ଏହି ବ୍ଲକ ବାବୁଜଙ୍ଗ ଗ୍ରାମର ପୂର୍ବତନ ସରପଞ୍ଚ ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନିଶ୍ଚିନ୍ତକୋଇଲି ବ୍ଲକ ପ୍ରତିନିଧି ସ୍ୱାଧୀନ ଭୂୟାଁଙ୍କ ଏକ ବୁଲେଟ ଗାଡ଼ିକୁ ବାବୁଜଙ୍ଗ ଠାରୁ ଲୁଟେରାମାନେ ଲୁଟି ନେଇଥିଲେ । ଏ ସମ୍ପର୍କରେ ଶ୍ରୀ ଭୂୟାଁ କିଶନନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ସିସିଟିଭି ଫୁଟେଜରୁ ଲକ୍ଷ କରି ଲୁଟେରାମାନେ ବ୍ୟବହାର କରୁଥିବା ଏକ ଚୋରା ବୋଲେରୋ ଗାଡ଼ିକୁ ଧରିବା ନିମନ୍ତେ ନିଶ୍ଚିନ୍ତକୋଇଲି-କିଶନନଗର-ନେମାଳ ଥାନା ପୋଲିସ ମିଳିତ ଭାବେ ଜାଲ ବିଛାଇଥ୍ôଲେ ।
ନିକଟରେ ଏହି ଲୁଟେରାମାନେ ନିଶ୍ଚିନ୍ତକୋଇଲି ଥାନା ସମ୍ମୁଖରେ ଥିବା ଏସଆର ଟାଙ୍କିରେ ଗାଡ଼ିରେ ତେଲ ଭରୁଥିଲା ବେଳେ ନାଟକୀୟ ଷ୍ଟାଇଲରେ ପୋଲିସ ଏହି ଲୁଟେରା ମାନଙ୍କୁ କାବୁ କରିଥିଲେ । ପୋଲିସ ଲୁଟେରା ମାନଙ୍କୁ ଗିରଫ କରି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉପରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ପୋଲିସ ନିଶ୍ଚିନ୍ତକୋଇଲି ଥାନା ବାରମାଣିଆ ଗ୍ରାମର ରାଜକିଶୋର ସାହୁ ୨୨ବର୍ଷ, ସେହି ଗ୍ରାମର ମାରୁତି ବେହେରା ୩୦ବର୍ଷ, ସରପଡ଼ା ଗ୍ରାମର କାର୍ତ୍ତିକ ଦାସ ଆଲିଆସ ଅଦୁ ଯେକି ସ୍ଥାନୀୟ ଅଞ୍ଚଳର ଜଣେ ବିଜେଡ଼ି ନେତାଙ୍କ ଗାଡ଼ିଚାଳକ ରୂପେ ପରିଚିତ, ଜଗତସିଂହପୁର ଜିଲ୍ଲା ପଙ୍କପାଳ ଗ୍ରାମର ବିଭୁନା ରାଉତ, ନିଶ୍ଚିନ୍ତକୋଇଲି (ପାଳଧୁଆ ପଡିଆ) ଗ୍ରାମର କାହ୍ନା ଦାସ ପ୍ରମୁଖ ୫ଜଣଙ୍କୁ ଗିରଫ କରି ନିଶ୍ଚିନ୍ତକୋଇଲି ଥାନା କେସ ନଂ-୮୩/୨୦୨୦ରେ ଏକ ମାମଲା ରୁଜୁ କରିଛନ୍ତି ।
ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୨/୩ଜଣ ଫେରାର ଥିବାର ପୋଲିସ ସୂତ୍ରରୁ ପ୍ରକାଶ । ଫେରାର ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ ନିମନ୍ତେ ପୋଲିସ ଜାଲ ବିଛାଇଛି ଏବଂ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ଓ ବହୁ ଚୋରି ସାମଗ୍ରୀ ଉଦ୍ଧାର କରାଯିବ ବୋଲି ପୋଲିସ ପ୍ରକାଶ କରିଛନ୍ତି । ଏହି ଅଭିଯୁକ୍ତମାନଙ୍କ ନାମରେ ଯାଜପୁର ରୋଡ଼, ଯାଜପୁର ଟାଉନ, ଜଙ୍କିଆ, ଜଗତସିଂହପୁର ,ନେମାଳ, କିଶନନଗର, ମାହାଙ୍ଗା,