Odisha news

ସରକାରୀ ଜାଗାରୁ ଉଚ୍ଛେଦ କଲାବେଳେ ଆରଆଇଙ୍କୁ ଠେଲାପେଲା ଓ ମାଡ, ଥାନାରେ ମାମଲା ରୁଜୁ

0

ବାରିପଦା  : ବାରିପଦା ତହସିଲ ଅନ୍ତର୍ଗତ ଦେବେନ୍ଦ୍ରପୁର ମୌଜାରେ ଆରଆଇ-୩ ତନ୍ମୟ ରଞ୍ଜନ ସାହୁ ଓ ପିଅନ ନିତ୍ୟାନନ୍ଦ ବାରିକଙ୍କୁ ଉକ୍ତ ଅଞ୍ଚଳର ୨୫ ରୁ ୩୦ଜଣ ପୁରୁଷମହିଳା ମିଶି ଟଣାଉଟୁରା ଓ ପିଟାମରା କରିଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି ।

ଘଟଣାରୁ ପ୍ରକାଶ ଦେବେନ୍ଦ୍ରପୁର ଅଞ୍ଚଳର ୮ଏକର ୪୧ଡେସିମିଲ ସରକାରୀ ଜମିକୁ ହଡପ କରି ବେନିୟମ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉକ୍ତ ଅଞ୍ଚଳକୁ ତଦାରଖ କରିବା ପାଇଁ ଆରଆଇ ଶ୍ରୀସାହୁ ତାଙ୍କ କର୍ମଚାରୀଙ୍କ ସହ ଉକ୍ତ ସ୍ଥାନକୁ ପରିଦର୍ଶନ କରିଥିଲେ ।

ମାତ୍ର ଜାଗା ନୀରିକ୍ଷଣ କରିବା ସମୟରେ ଆରଆଇଙ୍କୁ ମାରପିଟ୍ କରିବା ସହ ପୁଣି ଏହି ଜାଗାକୁ ଆସିଲେ ତାଙ୍କୁ ଜୀବନରୁ ମାରିଦିଆଯିବ ବୋଲି ଧମକଚମକ ଦିଆଯାଇଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ଆରଆଇ । ଏନେଇ ବାରିପଦା ଟାଉନଥାନାରେ ୩୮୫/୨୦ ମାମଲା ରୁୁଜୁ ହୋଇ ଘଟଣାର ତଦନ୍ତ ଚାଲିଛି ।

Leave A Reply