Odisha news

ନୟାଗଡ଼: ଜୁନ ୧୫ ସୁଦ୍ଧା ପଜିଟିଭ ସଂଖ୍ୟା ୧୧୬, ସୁସ୍ଥ ହେଲେ ୯୫

0

ନୟାଗଡ଼ ; ନୟାଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି । ଇତିମଧ୍ୟରେ ସଂଗରୋଧ କେନ୍ଦ୍ରରେ ପଜିଟିଭ୍ ସଂଖ୍ୟା ୧୦୪ ହୋଇଥିବା ବେଳେ ସଂଗରୋଧ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଛି । ହେଲେ ଏମାନଙ୍କ ମଧ୍ୟରୁ ୯୫ ଜଣ ସୁସ୍ଥ ହୋଇ ଥିବାବେଳେ ୨୧ ଜଣ ଚିକିତ୍ସାଧିନ ରହିଥିବା ଜିଲ୍ଲା କୋଭିଡ-୧୯ ପରିଚାଳନା ଅଧିକାରୀ ଧନରାଜ୍ ଏଚ୍ ଡି ସୂଚନା ପ୍ରଦାନ କରିଛନ୍ତି ।

ନୟାଗଡ଼ ଜିଲ୍ଲାରେ ଜୁନ ୧୫ ତାରିଖରେ ପୁଣି ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିସାଇ ମୋଟ କୋଭିଡ-୧୯ ଭୂତାଣୁ ସଂକ୍ରମଣ ସଂଖ୍ୟା ୧୧୬ ରେ ପହଞ୍ଚିଛି । ସୂଚନା ଅନୁଯାୟୀ ସୋମବାର ଦିନ ନୂଆ ୪ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଲେଙ୍କୁଡ଼ିପଡ଼ା ଗାଁର ଦୁଇ ଜଣ ଓ ସେଠିକା ସଂଗରୋଧ କେନ୍ଦ୍ରର ୨ଜଣ ରହିଛନ୍ତି । ଚିକିତ୍ସା ପାଇଁ ଆକ୍ରାନ୍ତଙ୍କୁ ଭୁବନେଶ୍ୱର ପଠାଯାଇଛି । ଜିଲ୍ଲାରେ ମୋଟ ୧୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୪ ଜଣ ସଂଗରୋଧ କେନ୍ଦ୍ରର । ୧୨ ଜଣ ସଂଗରୋଧ କେନ୍ଦ୍ର ବାହାରେ ଆକ୍ରାନ୍ତ ରହିଛନ୍ତି । ଏମାନଙ୍କ ମଧ୍ୟରୁ ମୋଟ ୯୫ ଜଣ ସୁସ୍ଥ ହୋଇଥିବା ପ୍ରଶାସନ ପକ୍ଷରୁ ଧନରାଜ ଏଚ୍ ଡି ପ୍ରକାଶ କରିଛନ୍ତି ।

Leave A Reply