Odisha news

ଲିଟିଲ ଷ୍ଟାର ଗ୍ରୁପର ପ୍ରତିଷ୍ଠା ଦିବସ

0

ନିମାପଡା :ଆଜି ସ୍ଥାନୀୟ ପାଟପୁର କପିଳେଶ୍ୱରଙ୍କ ପୀଠରେ ନିମାପଡାର ଅଗ୍ରଣୀ ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପର ୧୮ତମ ପ୍ରତିଷ୍ଠା ଦିବସ  ଅନୁଷ୍ଠିତ ହୋଇଯାଇଛି ।ଗ୍ରୁପର ପ୍ରତିଷ୍ଠାତା ସୁମନ୍ତ ମହାରଣାଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ପ୍ରଦାନ କରିବା ସହ କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହି ଅବସରରେ ଗ୍ରୁପର ପୁରାତନ ଶିଶୁ ସଦସ୍ୟ ଡାକ୍ତର ପ୍ରତୀକ ସ୍ୱାଇଁଙ୍କୁ ‘ଲୋକନାଥ ମିଶ୍ର’ ସ୍ମୃତି ସମ୍ମାନ,ଶିକ୍ଷୟତ୍ରୀ ସ୍ମିତାରାଣୀ ସାହୁଙ୍କୁ ‘ହଟକିଶୋର ସ୍ୱାଇଁ’ସ୍ମୃତି ସମ୍ମାନ,କଣ୍ଠଶିଳ୍ପୀ ପ୍ରତିଶା ମହାପାତ୍ରଙ୍କୁ ‘ବିଜୟ ମହାପାତ୍ର’ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା ।କବି କାଳିକିଙ୍କରଙ୍କ ଶିଶୁ ଗଳ୍ପ ସଂକଳନ ‘କୁନିମାର ପାଠାଗାର’ ଉନ୍ମୋଚନ ହୋଇଥିଲା ।ଉସôବରେ ଗ୍ରୁପ ପକ୍ଷରୁ ଡଃ ପ୍ରଣବ ସ୍ୱାଇଁ,ଅଧ୍ୟାପକ ରବିନ୍ଦ୍ର ନାଥ ପାଢୀ,ସୁବ୍ରତ ମହାନ୍ତି,ଶିକ୍ଷକ ନିର୍ମଳ ମିଶ୍ର,ଶିକ୍ଷୟତ୍ରୀ ସୈାଭାଗୀନୀ ମିଶ୍ର,ଉଷାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ ।କରୋନା ପାଇଁ ସାମାଜିକ ଦୂରତା ରକ୍ଷା କରି ଗ୍ରୁପର ସଭ୍ୟମାନେ ଏହି ଦିବସଟିକୁ ପାଳନ କରିଥିଲେ ।

Leave A Reply