Odisha news

ନାରୀ ଅଧିକାରର ହତ୍ୟା ପାଇଁ ବିଜେଡି – କଂଗ୍ରେସ ଏକାଠି : ଉପମୁଖ୍ୟମବୀ ଶ୍ରୀମତୀ ପ୍ରଭାତୀ ପରିଡା

0

➢ରାଜମହଲରୁ ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ବିଶାଳ ମଶାଲ ଶୋଭାଯାତ୍ରାରେ ସାମିଲ
ହେଲେ ହଜାର ହଜାର ମା ଓ ଭଉଣୀ
➢ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ :
ରାଜ୍ୟ ସଭାପତି ମନମୋହନ ସାମଲ
➢କଂଗ୍ରେସ ସମେତ ବିରୋଧୀଙ୍କ ଜ୍ଞାନ ଉଦୟ ହେଉ : କେନ୍ଦ୍ରମବୀ ଶ୍ରୀ ଜୁଏଲ ଓରାମ
ଭୁବନେଶ୍ୱର,ତା.୨୮/୦୪: ଭାରତୀୟ ନାରୀର ସ୧ାନ ଉପରେ ଅଙ୍ଗୁଳି ଉଠାଉଥିବା ବ୍ୟକ୍ତି ନି୧⁄୨ିନ୍ତ ଦଣ୍ଡ
ପାଇବେ । ନାରୀମାନଙ୍କ ପାଇଁ ସଂସଦରେ ୧୭ ତାରିଖ ଦିନ ଯେଉଁ ଆଲୋଚନା ହୋଇଥିଲା, ତାହା ଦେଶର ଇତିହାସ
ବଦଳିଥାନ୍ତା । କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳ ଏହି ବିଲ୍‌କୁ ଅନୁମୋଦନ କରିବାକୁ ଦେଲେ ନାହିଁ । ବିଜେଡି ମଧ୍ୟ
ସେମାନଙ୍କୁ ସମର୍ଥନ କରିଥିଲା । ଯାହା ସମସ୍ତଙ୍କୁ ଆ୧⁄୨ର୍ଯ୍ୟ କରିଥିଲା । କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡିକ ଯେଉଁ
ଉତ୍ସବ ପାଳନ କଲେ, ତାକୁ ଯେତେ ନିନ୍ଦା କଲେ କମ୍ ହେବ ଏବଂ ତାହାକୁ ଦେଶବାସୀ କେବେହେଲେ କ୍ଷମା ଦେବେ ନାହିଁ
ା ବିରୋଧୀଦଳଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ବିରୋଧରେ ଦେଶବ୍ୟାପୀ଼ ଏବେ ପ୍ରତିବାଦ ଓ ଆନ୍ଦୋଳନ କରାଯାଉଛି । ଆଜି
ଭୁବନେଶ୍ୱରରେ ଏନେଇ ବିଶାଳ ମଶାଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ମାନ୍ୟବର ରାଜ୍ୟ ଉପମୁଖ୍ୟମବୀ ଶ୍ରୀମତୀ ପ୍ରଭାତୀ ପରିଡା କହିଛନ୍ତି ଯେ, ମହିଳାମାନଙ୍କୁ ସଶକ୍ତ
କରିବା ପାଇଁ ଯଶସ୍ୱୀ ପ୍ରଧାନମବୀ ଶ୍ରୀ ନରେନ୍ଦ୍ର ମୋଦିଜୀ “ନାରୀଶକ୍ତି ବନ୍ଦନ ଅଧିନିୟମ” ଆଣିଥିଲେ । ଏହି ଅଧିନିୟମ
ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନି୧⁄୨ିତ କରୁଥିଲା ।
ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା । କଂଗ୍ରେସଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି,
ଆମ୍ ଆଦମୀ ପାର୍ଟି, ଡିଏମ୍‌କେ, ଟିଏମସି ପର୍ଯ୍ୟନ୍ତ ସମସ୍ତ ବିରୋଧୀ ଏହି ଅଧିନିୟମକୁ ବିରୋଧ କରି ସେମାନଙ୍କ ମହିଳା
ବିରୋଧି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବିରୋଧୀ ଦଳଗୁଡିକ ପରିବାର କେନ୍ଦ୍ରିକ ଦଳ । ସେମାନେ କେବଳ ନିଜର ପରିବାର
ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ଆଗକୁ ଆଣିବାକୁ ଚାହାନ୍ତି । ମାତ୍ର ବିଜେପି ସବୁବେଳେ ସାଧାରଣ ମହିଳମାନଙ୍କୁ ଅଧିକାର
ଦେବା ଉପରେ ଧ୍ୟାନ ଦେଉଛି । ଯେଉଁ ନାରୀ ପରିବାର ଚଳାଏ, ସେ ରାଷ୍ଟ୍ରର ନୀତି ନିର୍ଦ୍ଧାରଣ ବି କରିପାରିବ । ପୂର୍ବ
ସରକାରଗୁଡ଼ିକର ଇଚ୍ଛାଶକ୍ତିର ଅଭାବ ଯୋଗୁ ଅନେକ କ୍ଷେତ୍ରରେ ପୂର୍ବରୁ ମହିଳାମାନଙ୍କ ଭାଗିଦାରିତା ନ ଥିଲା । ମାତ୍ର
ମୋଦିଜୀଙ୍କ ନେତୃତ୍ୱରେ ଆଜି ସବୁ କ୍ଷେତ୍ରରେ ମହିଳାମାନେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ

ସେନାବାହିନୀ ପରି ସବୁ କ୍ଷେତ୍ରରେ ନିଜର ପ୍ରତିଭାର ପରାକାଷ୍ଟା ଦେଖାଇଛନ୍ତିି । ଏହାସତ୍ୱେ ରାଜନୀତି କ୍ଷେତ୍ରରେ ସେମାନଙ୍କ
ଭାଗିଦାରିତା ବହୁତ କମ୍ ରହିଛି । ମାତ୍ର ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଇ କଂଗ୍ରେସ ନେତୃତ୍ୱାଧୀନ
ବିରୋଧୀ ଦଳଗୁଡିକ ସେମାନଙ୍କ ମହିଳା ବିରୋଧୀ ଅଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ଆଗାମୀ ଦିନରେ ମା ଓ ଭଉଣୀମାନେ
ଉଚିତ୍ ଜବାବ୍ ଦେବେ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।
ଦେଶର ମା ଓ ଭଉଣୀଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ସାମ୍ବିଧାନିକ ଅଧିକାର ନି୧⁄୨ିତ ମିଳିବ । ମହିଳାମାନଙ୍କୁ
ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢେଇ ଜାରୀ ରଖିବ ବୋଲି ଏହି ମଶାଲ ଯାତ୍ରାରେ ଯୋଗ ଦେଇ ରାଜ୍ୟ
ସଭାପତି ଶ୍ରୀ ମନମୋନ ସାମଲ କହିଛନ୍ତି ।
ମହିଳାଙ୍କ ନ୍ୟାର୍ଯ୍ୟ ହକ୍ ୩୩ ପ୍ରତିଶତ ସଂରକ୍ଷଣକୁ କଂଗ୍ରେସ ଓ ବିରୋଧୀ ଦଳଗୁଡିକ ମିଳିମିଶି ଭଣ୍ଡୁର କରିଛନ୍ତି ।
ଏହି ବିଲକୁ ଯେ କେହି ହେଲେ ବି ରୋକି ପାରିବେ ନାହିଁ । କଂଗ୍ରେସ ସମେତ ବିରୋଧୀଙ୍କ ଜ୍ଞାନ ଉଦୟ ହେଉ ବୋଲି
କେନ୍ଦ୍ରମବୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମବୀ ଶ୍ରୀ ଜୁଏଲ ଓରାମ, ଉପମୁଖ୍ୟମବୀ ଶ୍ରୀମତୀ ପ୍ରଭାତି ପରିଡା
ପତକା ଦେଖାଇ ମଶାଲ ଯାତ୍ରା ଶୁଭାରମ୍ଭ କରିଥିଲେ । ଆଜିର ମଶାଲ ଯାତ୍ରାରେ ସମାଜରୁ ଆସିଥିବା ପ୍ରତ୍ୟେକ ବର୍ଗର ମହିଳା
ସାମିଲ ହୋଇ ମହିଳା ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟ ବିରୋଧରେ ନାରାବାଜି କରିଥିଲେ ଏବଂ ଯଶସ୍ୱୀ
ପ୍ରଧାନମବୀଙ୍କ ଦ୍ୱାରା ଅଣାଯାଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରିଥିଲେ । ଏହି ମଶାଲ ଯାତ୍ରା ଭୁବନେଶ୍ୱରର
ରାଜମହଲ ଛକରୁ ମାଷ୍ଟର କ୍ୟାଂଟିନ ଛକ ପର୍ଯ୍ୟନ୍ତ ଯାଇଥିଲା ।
ଏହି ମଶାଲ ଯାତ୍ରାରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ, ଅଲମ୍ପିଆନ ଶ୍ରୀମତୀ ଅନୁରାଧା
ବିଶ୍ୱାଳ, ବିଶିଷ୍ଟ ଅଭିନେତ୍ରୀ ଅନୁ ଚୈାଧୁରୀ ପ୍ରମୁଖଙ୍କ ସମେତ ଦଳୀୟ ନେତୃବୃନ୍ଦ ଓ କାର୍ଯ୍ୟକତ୍ତ୍‌ର୍ା ସାମିଲ ହୋଇଥିଲେ ।
ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପରେ ମା ଓ ଭଉଣୀଙ୍କ ଆକ୍ରୋଶକୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟି
ତରଫରୁ ଗତ ୨୨ ତାରିଖରେ ରାଜଧାନୀ ଭୁବନେଶ୍ୱଠାରେ ବିଶାଳ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଆୟୋଜନ
କରାଯାଇଥିଲା । ସେହିପରି ଗତ ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ “ଜନ ଆକ୍ରୋଶ ମହିଳା ସ୧ିଳନୀ ଓ
ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରରେ ଏହି ମହିଳା ଆକ୍ରୋଶ ଯାତ୍ରାକୁ ବ୍ୟାପକ ସମର୍ଥନ ମିଳିବା ପରେ ଏବେ
ରାଜ୍ୟର ସମସ୍ତ ମଣ୍ଡଳସ୍ତରରେ ମହିଳାମାନେ ବ୍ୟାପକ ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି ।

Govt
Leave A Reply