Odisha news

ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

0

 କଟକ ଜିଲ୍ଲାରେ ବିଜେପିର ସଂଗଠନକୁ ଅଧିକ ସୁଦୃଢ଼ କରିବ : ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ
 ବହୁ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଲେ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଭାତ ବିଶ୍ୱାଳ
 ୬ ଜଣ କାଉନସିଲରଙ୍କ ସମେତ ଯୋଡା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ସାହୁ ବିଜେଡି ଛାଡି ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ
 ଉତରୀୟ ଓ ଟୋପି ପ୍ରଦାନ କରି ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି

ଭୁବନେଶ୍ୱର, ତା.୧୨/୦୭: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଚୈାଦ୍ୱାର-କଟକ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ଶ୍ରୀ ପ୍ରଭାତ ବିଶ୍ୱାଳ ନିଜ ସହସ୍ରାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି । ସେହିପରି ୬ ଜଣ କାଉନସିଲରଙ୍କ ସମେତ ଯୋଡା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ସାହୁ ବିଜେଡି ଛାଡି ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସମସ୍ତ ନୂତନ ସଦସ୍ୟଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।
ଆଜିର ମିଶ୍ରଣ ପର୍ବରେ କଟକ ମହାନଗର ନିଗମର କର୍ପୋରେଟର ପଦି୍ମନୀ ସାହୁ, ମିନା ସାହୁ, ଚୌଦ୍ୱାର ପୌରପାଳିକା କାଉନ୍‌ସିଲର ସୁଜାତା ସାହୁ, ଟାଙ୍ଗୀ ଚୌଦ୍ୱାର ପଂଚାୟତ ସମତି ଉପାଧକ୍ଷା ସୁପ୍ରିୟା ଜେଠୀ, ସରପଂଚ ଶୈଳବାଳା ନାୟକ, ଦିଲୀପ କୁମାର ଭୋଇ, ନମିତା ମଲ୍ଲିକ, ସମିତିସଭ୍ୟା ବନ୍ଦନା ସ୍ୱାଇଁ, ରୀତା ରାଉତ, କଟକ ପୂର୍ବତନ କର୍ପୋରେଟର ଧର୍ମାନନ୍ଦ ପାତ୍ର, କଟକ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଏମ୍ ଡି ଫରିଦ, ମହେନ୍ଦ୍ର ନାୟକ, ନାଗୁଣୀ ଚରଣ ମହାନ୍ତି, ରମାକାନ୍ତ ଲେଙ୍କା, ଇଂ. ଆଶିଷ କୁମାର ସ୍ୱାଇଁ, ସୁଭେନ୍ଦୁ ସେନଗୁପ୍ତା, ଫିରୋଜ ମହାପାତ୍ର, ହିମାଂଶୁ ଶେଖର ଷଡ଼ଙ୍ଗୀ, ଦିପାଳିବାଳା ଭୁୟାଁ, ବିଜେଡି ଉପସଭାପତି ଉପସଭାପତି ସଂଜିବ୍ ଦାସଙ୍କ ସମେତ ବିଭିନ୍ନ ୱାର୍ଡର ପ୍ରମୁଖ ବିଜେଡି ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଆନୁଷ୍ଟାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ସେହିପରି ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ.ବୈଷ୍ଣବ ଚରଣ ସାମଲ, ୧୮୨ ବରିଷ୍ଠ ନାଗରିକ ସଂଘର ସଭାପତି ଡ. ପ୍ରଫେସର କୃପାସିନ୍ଧୁ ପଣ୍ଡା, ଏଏନ୍‌ଏଚ୍ କଟକ ସର୍କଲର ଅବସରପ୍ରାପ୍ତ ସଭାପତି ଡ. ପ୍ରଫେସର ଅନଙ୍ଗ ଦ୍ୱିଦେବୀ, ଓଡ଼ିଶା ଉଚ୍ଚନ୍ୟାୟାଳୟ ଅବସରପ୍ରାପ୍ତ ବିଚାରପତି ନୃସିଂହ ଚରଣ ଷଡ଼ଙ୍ଗୀ, ଖଣ୍ଡାୟତ-କ୍ଷେତ୍ରୀୟ ମହାସଂଘ ଅବସରପ୍ରାପ୍ତ ସମ୍ପାଦକ, ଓଏଏସ୍‌, ଶ୍ୟାମସୁନ୍ଦର ସାମଲ, ଓୟୁଏଟିର ପୂର୍ବତନ ଡିନ୍ ବୈଜ୍ଞାନିକ ପ୍ରଫେସର ସଞ୍ଜୟ ସାମନ୍ତରାୟ, ପୂର୍ବାଂଚଳ କଲ୍ୟାଣ ସମିତି ସଭାପତି, ଅବସରପ୍ରାପ୍ତ ଏସ୍‌ପି ତୁସାର ଦାସ, କଟକ ଏସ୍‌ସିବି ମେଡିକାଲ କଲେଜର ଅବସରପ୍ରାପ୍ତ ଏଚ୍‌ଓଡି (ମେଡିସିନ)ପ୍ରଫେସର ଡା. ନିରଞ୍ଜନ ତ୍ରିପାଠୀ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ପୂର୍ବତନ ଉପଦେଷ୍ଟା ଦିଲ୍ଲୀପ କୁମାର ସାହୁ, କଟକ ପୂର୍ବାଂଚଳ ଶାନ୍ତିକମିଟି ସଭାପତି ଶ୍ରୀ ବିଜୟ କୁମାର ସାହୁ, କଟକ ଜିଲ୍ଲା ବିଜେଡିର ପୂର୍ବତନ ଜିଲ୍ଲା ଉପସଭାପତି ଶରତ ଚନ୍ଦ୍ର ପ୍ରଧାନ, ଶ୍ରୀ ଲକ୍ଷ୍ମୀଧର ସାହୁ, ଏମ୍‌ଡି ଦିଲ୍‌ସାଦ୍‌, କଟକ ଗୁରୁଦ୍ୱାରା କମିଟିର ସଭାପତି ଗୁରୁଦେବ ସିଂହ, ସମ୍ପାଦକ ନଚ୍‌ତର ସିଂହ, ଉପଦେଷ୍ଟା ସୁକଦେବ ସିଂହ ପ୍ରମୁଖ ବିଜପେିରେ ଯୋଗଦାନ କରିଛନ୍ତି ।
ସେହିପରି ଯୋଡା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ସାହୁଙ୍କ ସମେତ କାଉନସିଲର ଶ୍ରୀମତୀ ଭାନୁମତି ବାନା, ଶ୍ରୀମତୀ ସୁମିତ୍ରା କାରୁଆ, ଶ୍ରୀ ଶୁଭମ ନାୟକ, ଶ୍ରୀ ବରୁଣ ଆପତା, ଶ୍ରୀମତୀ ନିଳମଣୀ ମୁଣ୍ଡା, ଶ୍ର୍ରୀ ପ୍ରମୋଦ ବେହେରା ପ୍ରମୁଖ ବିଜେଡି ଛାଡି ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତରେ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇପାରିଛି । ପ୍ରଭାତ ବିଶ୍ୱାଳଙ୍କ ଯୋଗଦାନ କଟକ ଜିଲ୍ଲାରେ ବିଜେପିର ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ମିଶ୍ରଣ ପର୍ବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡିଶାରେ ବିଜେପିର ଜୟଯାତ୍ରାର ଆଉ ଗୋଟିଏ ଫର୍ଦ୍ଦ ଆଜି ଯୋଡି ହୋଇଛି । ବିଜେଡି ବରିଷ୍ଠ ନେତା ଶ୍ରୀ ପ୍ରଭାତ ବିଶ୍ୱାଳଙ୍କ ଯୋଗଦାନ ପରେ ବିଜେପିର ସଂଗଠନ ସଶକ୍ତ ହୋଇଛି । ତାଙ୍କର ସାଂଗଠନିକ ଦକ୍ଷତା ତଥା ଲୋକସଂପର୍କ ଆମ ଦଳକୁ ଜିଲ୍ଲାରେ ଶକ୍ତିଶାଳୀ କରିବ । ପ୍ରଥମେ ରାଷ୍ଟ୍ର, ତାପରେ ଦଳ, ଶେଷରେ ବ୍ୟକ୍ତି ହେଉଛି ଆମ ଦଳର ମୁଳମନ୍ତ୍ର । ଏହି ବିଚାରାଧାରାରୁ ଆମେ ତିଳେହେଲେ ବିଚ୍ୟୁତ ନହୋଇ ଗୁଣ୍ଡୁଚି ମୂଷା ଭଳି ରାଷ୍ଟ୍ର ଗଠନ କାର୍ଯ୍ୟରେ ଲାଗିରହିଛୁ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମ ସରକାର ରାଜ୍ୟର ସାଢେ ଚାରି କୋଟି ଓଡିଆଙ୍କ ସେବା କରିବା ପାଇଁ କାର୍ଯ୍ୟ କରିଆସୁଛି । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ମନ୍ତ୍ରରେ ଆକର୍ଷିତ ହୋଇ ଅନ୍ୟ ଦଳର ଅନେକ ନେତା ଆମ ଦଳରେ ଯୋଗଦାନ କରିଛନ୍ତି । ଗତ ୨୪ ମାସରେ ଆମ ସରକାର ଯେଉଁ ଯୁଗାନ୍ତକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ ଏବଂ ପଦକ୍ଷେପ ନେଇଛନ୍ତି, ତାହା ଗତ ୨୪ ବର୍ଷରେ ସମ୍ଭବ ହୋଇନଥିଲା । ଗତ ତିନି ମାସରେ ଐତିହାସିକ ‘ଦେୟମୁକ୍ତ କେଜିରୁ ପିଜି ଶିକ୍ଷା’, ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’, ଶିକ୍ଷା କ୍ଷେତ୍ରରେ ଅନୁସୁଚିତ ଜାତି, ଜନଜାତି ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ଉଭୟ ସାଧାରଣ ଶିକ୍ଷା ଏବଂ ବୈଷୟିକ ଶିକ୍ଷାରେ ସଂରକ୍ଷଣ ପ୍ରଦାନ ତଥା ସାମାଜିକ ଓ ଆର୍ଥିକ ସ୍ତରରେ ପଛୁଆ ବର୍ଗଙ୍କୁ ମଧ୍ୟ ସଂରକ୍ଷଣ ପ୍ରଦାନ କରିବାର ନିଷ୍ପତି ନିଆଯାଇଛି । ଆମ ଦଳ କୈାଣସି ବ୍ୟକ୍ତି କେନ୍ଦ୍ରୀକ ଦଳ ନୁହେଁ, ଏହା କାର୍ଯ୍ୟକ୍ରମ ଆଧାରିତ ଏବଂ ଗଣତାନ୍ତ୍ରିକ ପରଂପରା ଅନୁସାରେ ପରିଚାଳିତ । ପ୍ରଭାତ ବିଶ୍ୱାଳଙ୍କ ବିଜେପିରେ ଯୋଗଦାନ ପରେ ବିଜେଡିରେ ଭୁକଂପ ସୃଷ୍ଟି ହୋଇଛି । ଲୋକେ ଆଉ ବିଜେଡିକୁ ଚାହୁଁ ନାହାନ୍ତି । ଆମ ସରକାର ଲୋକଙ୍କ ସରକାର ହୋଇ କାମ କରୁଛି । ଲୋକଙ୍କ ସେବାକୁ ଆମ ସରକାର ପ୍ରାଥମିକତା ଦେଉଛନ୍ତି । ବିକଶିତ ଓଡିଶା, ବିକଶିତ ଭାରତ ପାଇଁ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ଏହି ଅବସରରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ, ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସଂପାଦକ ସରୋଜ କର, ଶ୍ରୀମତୀ ସ୍ମୃତି ପଟ୍ଟନାୟକ, କଟକ ଜିଲ୍ଲା ସଭାପତି (ନଗର) ସୁକାନ୍ତ ବିଶ୍ୱାଳ ଓ ପ୍ରଭାରୀ ଜ୍ଞାନଦେବ ବେଉରା, କଟକ ଜିଲ୍ଲା ସଭାପତି (ଗ୍ରାମୀଣ) ରାମନାରାୟଣ ମହାନ୍ତି ଓ ପ୍ରଭାରୀ କିଶୋର ପଣ୍ଡା, କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହନ୍ତ, ବରିଷ୍ଠ ନେତା ବିନୋଦ ଦାଶ, ମୁରଲୀ ଶର୍ମା, ଲଲାଟେନ୍ଦୁ ବଡୁ, ରଶ୍ମୀରେଖା ଦାଶ, ଜ୍ଞାନେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years
Leave A Reply