Odisha news

କରୋନା ବିଗାଡିଦେଲା ରଜ : କାଁଭାଁ ଖେଳୁଛନ୍ତି ଦୋଳି,ପିଠାପଣା ଫିକା

0

ଫୁଲବାଣୀ :  ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ରଜ ପରବ ସଂପୂର୍ଣ୍ଣ ଫିକା ପଡିଯାଇଛି । ତା’ସାଙ୍ଗକୁ ମେଘୁଆ ପାଗ ମଧ୍ୟ ରଜକୁ ମାନ୍ଦା କରିଦେଇଛି । କରୋନା ପ୍ରଭାବରୁ ଲୋକେ ଘରେ ବସି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଘରେ ବସି ରଜ ପାଳିଥିବା ଦେଖିବାକୁ ମିଳିଥିଲା ।

ମହିଳା ମାନେ ଓ ଝିଅମାନେ ନୂଆ ପୋଷାକ ପିନ୍ଧିବା ସହ ସଜବାଜ ହୋଇ ନାନା ରକମ ପିଠାପଣା କରି ଘରେ ରଜ ପାଳିଥିବା କଥା କହିଛନ୍ତି ହେଲେ କରୋନା ଭୟରେ ସାଈ ପଡୋଶୀରେ ପିଠାପଣା ବାଣ୍ଟିବା ଓ ଅନ୍ୟ ଲୋକଙ୍କଠାରୁ ନେବାକୁ ଭୟ ଅତି ଆପଣାର ଲୋକ ମଧ୍ୟ ସଙ୍କୋଚ କରୁଛନ୍ତି ଏଥିପାଇଁ   । କରୋନା ପାଇଁ ସରକାର କଟକଣା ଜାରୀ କରିଥିବା ଫଳରେ ଲୋକେ ନିୟମକୁ ମାନି ଘର ଭିତରେ ରଜ ପାଳିଥିଲେ । ପ୍ରଶାସନ ପକ୍ଷରୁ ମଧ୍ୟ କଟକଣା ଜାରୀ ହୋଇଥିଲା । ବାହାରେ ଦୋଳୀ କିମ୍ବା ରଜ ପାଳିବେ ନାହିଁ ।

ଏକାଧିକ ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଜମା ହୋଇ ରହିବେ ନାହିଁ । ଫଳରେ ରଜ ଏଥର ଫିକା ପଡିଥିଲା । କାଁଭାଁ କିଛି ଯାଗାରେ ଝିଅମାନେ ଖେଳୁଥିବାର ଦେଖିବାକୁ ମିଳୁଛି । ମନ୍ଦିର ଗୁଡିକ ମଧ୍ୟ ବନ୍ଦ ରହିଛି ଜିଲ୍ଲାରେ । କରୋନା ଏଥର ଖୁସି ଓ ରଜ ଛଡାଇ ନେଇଥିବା ମହିଳା ମାନେ କହିଛନ୍ତି । ତେବେ, ବଂଚିଥିଲେ ଆଗକୁ ପୁଣି ରଜ ଆସିବ ସେମାନେ ଧୁମଧାମ୍ରେ ପାଳିବେ ବୋଲି ଆହୁରି କହିଥିଲେ । ବଜାର ମଧ୍ୟ କରୋନା ପାଇଁ ଖାଁ ଖାଁ ଲାଗୁଛି । କେବଳ ଫୁଲବାଣୀ ନୁହେଁ ଜିଲ୍ଲାର ବାଲିଗୁଡା, ଜି.ଉଦୟଗିରି, ତୁମୁଡିବନ୍ଧ, କୋଟଗଡ, ଟିକାବାଲି, ଫିରିଙ୍ଗିଆ ସବୁ ସ୍ଥାନରେ ରଜ ଫିକା ପଡିଯାଇଥିବା ଦେଖିବାକୁ ମିଳିଛି । ଏପଟେ ବର୍ଷା ମଧ୍ୟ ରଜକୁ ଫିକା କରିଦେଇଛି ।

 

Leave A Reply