Odisha news

ଆଜିଠାରୁ ନିରାକାରପୁର ସର୍ବଭାରତୀୟ ଫୁଟବଲ

0
ନିରାକାରପୁର,୮/୧୨: ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁର ସ୍ଥିତ ଅଗ୍ରଣୀ କ୍ରୀଡାନୁଷ୍ଠାନ ସଖାସଂଘ କ୍ରୀଡା ସଂସଦ ପକ୍ଷରୁ  ଆଜିଠାରୁ ସର୍ବଭାରତୀୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବ।  ବହୁ ସୁନାମଧନ୍ୟ ଫୁଟବଲ କ୍ଳବ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ମହାକୂମ୍ଭରେ ଅଂଶଗ୍ରହଣ କରିବେ ।
 ଖେଳ  ଆସନ୍ତା  ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ତାରିଖ ଉଦଘାଟନୀ ମ୍ୟାଚରେ କିଶୋର କ୍ଳବ ଭୁବନେଶ୍ୱର ସହ ପପୁଲାର୍ କ୍ଳବ ଢେଙ୍କାନାଳ, ୧୦ ତାରିଖରେ ଏମବିସି କ୍ଳବ ଖଡଗପୁର ସହ ମା ତାରିଣୀ କ୍ଳବ ତରତରା କେନ୍ଦୁଝର,୧୧ ତାରିଖରେ ପ୍ରଥମ ସେମି ଫାଇନାଲ,୧୨ ତାରିଖରେ ୟଙ୍ଗ ଉତ୍କଳ କ୍ଳବ କଟକ ସହ ଏସପିଏମ କ୍ଳବ ବିଶାଖାପାଟଣା,୧୩ ତାରିଖରେ କମଲ କ୍ଳବ ଛତିଶଗଡ ସହ ଇଲାମ ବଜାର ଏକାଡେମୀ କଲିକତା,୧୪ ତାରିଖରେ ଦ୍ବିତୀୟ ସେମିଫାଇନାଲ,୧୫ ତାରିଖରେ ପ୍ରଥମ ପ୍ରଦର୍ଶନୀ ମ୍ୟାଚ ନିରାକାରପୁର ସଖାସଂଘ ସହ ନିରାକାରପୁର ଭେଟେରାନ ଓ ଦ୍ବିତୀୟ ପ୍ରଦର୍ଶନୀ ମ୍ୟାଚ ୟୁନିଟ ୬ ଭୂବନେଶ୍ୱର ମହିଳା ଏକାଦଶ ସହ ପପୁଲାର୍ ଢେଙ୍କାନାଳ ମହିଳା ଏକାଦଶ ଖେଳ ହେବ। ଆସନ୍ତା ୧୬ ତାରିଖରେ ଗ୍ରାଣ୍ଡ ଫାଇନାଲ ହେବାର ସଖାସଂଘ କ୍ରୀଡା ସଂସଦ ପକ୍ଷରୁ ସୂଚନା ମିଳିଛି। ଏହି ଖେଳରେ ବହୁ ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି ।
Leave A Reply