Odisha news

ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0

କଣାସ,୦୮/୧୨ : ସାମାଜିକ କାର୍ଯ୍ୟ ଓ କ୍ରିୟା କଳାପ ପାଇଁ ନୂଆ – ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଆହ୍ଵାନ ସମଗ୍ର ରାଜ୍ୟରେ ଯୁବପିଢ଼ି ମାନଙ୍କୁ ନୂତନ ପ୍ରେରଣା ଦେବାପାଇଁ ଆଗେଇ ଆସିଛି ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ କଣାସ ଉଛ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବନବିହାରୀ ସାହୁଙ୍କ ନେତୃତ୍ୱରେ କଣାସ ମା କୁଞ୍ଜେଶ୍ୱଙ୍କ ପୀଠରେ ବିଦ୍ୟାଳୟର ୧୦୦ଜଣ ଛାତ୍ର ଛାତ୍ରୀମିଶି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ସ୍ବାଇଁ,ସନ୍ତୋଷ କୁମାର ଷଡଙ୍ଗୀ,ଅକ୍ଷୟ କୁମାର ସ୍ବାଇଁ, ପ୍ରମୋଦ କୁମାର ହୋତା,ପ୍ରଭାସ କୁମାର ମଙ୍ଗରାଜ, ସମ୍ନିତା ହାତୀ,ଗଦାଧର ଶତପଥୀ,ଗଙ୍ଗାଧର ମହାପାତ୍ର ଓ ଅଧ୍ୟାପକ ପ୍ରସନ୍ନ କୁମାର ପଲ୍ଲେଇ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟ ପରିଚାଳନା କରିଥିଲେ ।

Nalco
Leave A Reply