Odisha news

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଫୁଲବାଣୀ ବିଜୟୀ

0
ବାଲିଗୁଡା ତା, ୦୯/୦୨ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ଯୁନାଇଟେଡ଼ ସ୍ପୋର୍ଟ୍ସ କ୍ଲବ ବରଗଡ଼ ସହ ଜେ.ଡି. କ୍ଲବ-ଫୁଲବାଣୀ ର ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ୩-୨ ଗୋଲରେ ଫୁଲବାଣୀ ଦଳ ବିଜୟୀ ହୋଇ ଫାଇନାଲ ରେ ବରଗଡ଼ ସହ ମୁକାବିଲା କରିବ l ଏଥିରେ  ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳ କୁ ଉଦଘାଟନ କରିଥିଲେ l ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଫୁଲବାଣୀ ଦଳର ଖେଳାଳୀ ବାବୁ କହଁର ଙ୍କୁ ଘୋଷଣା କରାଯାଇଥିଲା l ରବିବାର ର ଏହି ଖେଳ କୁ ମୁଖ୍ୟ ରେଫେରୀ ଭାବେ ଏମ.ଡି. ଶେଖ ଉଦିନ, ବିଶ୍ଵନାଥ କହଁର, ଶମ୍ଭୁ ନାଥ ମଲ୍ଲିକ, ଓ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ l ୧୦ ତାରିଖ ସବୁଠାରୁ ଆକର୍ଷଣୀୟ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ କଡା ମୁକାବିଲା ର ଖେଳ ଅନୁଷ୍ଠିତ ହେବ l ଏହି ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ଚଳିତ ମାସ ୧୧ ତାରିଖ ଦିନ ଫାଇନାଲ ଖେଳତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
Leave A Reply