ଜିମ୍ବାୱେ ବିରୁଦ୍ଧରେ ସିରିଜ ରେ ୧୫ ବର୍ଷୀୟ କ୍ରିକେଟ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଦେଇଛି, ୩ଟି ମ୍ୟାଚ ର ଏହି ଶୃଙ୍ଖଳାରେ ବୈଭବ ୨ଟି ଅର୍ଦ୍ଧଶତକ କରିଥିଲେ ଓ ଭାରତର ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଏବଂ ପ୍ଲେୟାର ଅଫ ଦି ଟୁର୍ନାମେଣ୍ଟ ର ମୁକୁଟ ମଧ୍ୟ ପିନ୍ଧିଥିଲେ, ବୈଭବଙ୍କ ଖେଳ ଶୈଳୀ କୁ ଦେଖି ଭାରତର ପୂର୍ବତନ ଉଇକେଟ କିପର ଫାଂରୁଖ ଇଂଜିନିୟର ଦାବି କରିଛନ୍ତି ଯେ ବୈଭବ ଙ୍କୁ ODI ରେ ସାମିଲ କରାଯାଉ l
ଫାରୁଖ ଙ୍କ ମତରେ ବୈଭବ ୱାନ ଡେ କ୍ରିକେଟ ପାଇଁ ତିଆରି ହୋଇଛନ୍ତି, ଏବଂ ସେ ଅନୁଭବୀ ବ୍ୟାଟର ରୋହିତ ଶର୍ମା ଙ୍କ ସହିତ ଓପନିଂ ବ୍ୟାଟିଂ କରନ୍ତୁ, ଏବଂ ସେ ବର୍ତମାନ ର କ୍ୟାପଟେନ ଓ ଓପନର ଶୁଭମନ ଗୀଲ ଙ୍କ ପାଇଁ ଗୋଟିଏ ନୂଆ ପୋଜିସନ ର ପରାମର୍ଶ ଦେଇଛନ୍ତି l ଏବଂ ଗୀଲ ଚତୁର୍ଥ ସ୍ଥାନରେ ଆସନ୍ତୁ ବୋଲି ମଧ୍ୟ କହିଛନ୍ତି l ଏବଂ ବିରାଟ କୋହଲି ତୃତୀୟ ସ୍ଥାନରେ ଆସିବା ଜରୁରୀ, ଏପରି ଟିକିଏ ପରିବର୍ତ୍ତନ କରି ବ୍ୟାଟିଂ ଲାଇନ କୁ ଠିକ କରିହେବ l
ଫାରୁଖ ଇଂଜିନିୟର ଶୁଭମନ ଗିଲ ଙ୍କୁ ଜଣେ ଉନ୍ନତ ବ୍ୟାଟ୍ସ ମ୍ୟାନ ସହିତ ଭଲ କ୍ୟାପଟେନ ମଧ୍ୟ କହିଛନ୍ତି l ବର୍ତମାନ ର ଭାରତୀୟ ଦଳରେ ଗିଲ ଜଣେ ପାରଦର୍ଶୀ ବ୍ୟାଟ୍ସ ମ୍ୟାନ ବୋଲି କହିଛନ୍ତି ଫାରୁଖ ଇଂଜିନିୟର l
