ଭାରତୀୟ ଦଳର ଜିମ୍ବାୱେ ଗସ୍ତ ସମାପ୍ତ ହୋଇସାରିଛି, ଭାରତ ୩ -୦ ରେ ବିଜୟଲାଭ କରି ସାରିଛି, ବର୍ତମାନ ଆଗାମୀ ପ୍ରସ୍ତୁତି ଶ୍ରୀଲଙ୍କା ଟୁର, ଯାହାକୁ ନେଇ BCCI ଇଣ୍ଡିଆନ ସ୍କ୍ୱାର୍ଡ ଘୋଷଣା କରିସାରିଛି, ଏହି ଦଳରେ ୩୩ ବର୍ଷୀୟ ସାରାଂଶ ଜୈନ ଙ୍କୁ ଚାନ୍ସ ମିଳିଛି, ସାରାଂଶ କ୍ରିକେଟ ପ୍ରେମୀଙ୍କ ପାଇଁ ଗୋଟିଏ ଅଜଣା ନାମ ହୋଇପାରନ୍ତି, କାହିଁକିନା ଏହି ଅଲ ରାଉଣ୍ଡର IPL ନୁହେଁ ଘରୋଇ କ୍ରିକେଟ ରୁ ଟିମ ଇଣ୍ଡିଆକୁ ଆସିଛନ୍ତି l
ସାରାଂଶ ଙ୍କୁ ୱାସିଂଟନ ସୁନ୍ଦର ଙ୍କ ସ୍ଥାନରେ ଟିମ ଇଣ୍ଡିଆରେ ସାମିଲ କରାଯାଇଛି, ସାରାଂଶ ଙ୍କୁ ଟିମ ଇଣ୍ଡିଆରେ ସାମିଲ ହେବା ପାଇଁ ଅନେକ ସମୟ ଲାଗିଗଲା ଏବଂ ସେ ଦୀର୍ଘ ସମୟରୁ ମଧ୍ୟ ଅପେକ୍ଷାରେ ଥିଲେ l ସାରାଂଶ ମଧ୍ୟପ୍ରଦେଶ ରୁ ଘରୋଇ କ୍ରିକେଟ ଖେଳି ଥାଆନ୍ତି, ଟିମ ଇଣ୍ଡିଆକୁ ମଧ୍ୟ ଏଭଳି ଅଫ ସ୍ପିନର ର ଦୀର୍ଘ ଦିନରୁ ଅପେକ୍ଷା ରହିଥିଲା, ଯିଏକି ବ୍ୟାଟିଂ ମଧ୍ୟ କରିପାରିବେ, ଘରୋଇ କ୍ରିକେଟ ରେ ମଧ୍ୟପ୍ରଦେଶ ରୁ ଖୁବ ଭଲ ପ୍ରଦର୍ଶନ କରିଛନ୍ତି, ୧୫ ଅଗଷ୍ଟ ରୁ ଶ୍ରୀଲଙ୍କା-ଭାରତ ଟେଷ୍ଟ ସିରିଜ ଆରମ୍ଭ ଯାଉଛି, ଦେଖାଯାଉ ସାରାଂଶ ଙ୍କ ପ୍ରଦର୍ଶନ କିପରି ରହୁଛି l
ସାରାଂଶ ନିକଟରେ ଶ୍ରୀଲଙ୍କା ପିଚ କୁ ନେଇ ବିଶେଷ ଅନୁଭବ ରହିଛି, ଶ୍ରୀଲଙ୍କା ଗସ୍ତ ତାଙ୍କ ପାଇଁ ଗୋଟିଏ ଗୋଲଡେନ ଚାନ୍ସ ରହିବ, ନିକଟରେ ସେ ଇଣ୍ଡିଆ ଏ ପାଇଁ ଶ୍ରୀଲଙ୍କା ଗସ୍ତ କରିଥିଲେ, ଶ୍ରୀଲଙ୍କା ଏ ବିରୁଦ୍ଧରେ ୭୦ ରନ କରି ୬ ଟି ଉଇକେଟ ମଧ୍ୟ ନେଇଥିଲେ, ବର୍ତମାନ ସୁଧା ସାରାଂଶ ୫୪ ଟି ଫାଷ୍ଟ କ୍ଲାସ ମ୍ୟାଚ ରେ ୮୫ ଇନିଂସ ରେ ୨୨୨୩ ରନ କରିଛନ୍ତି, ଯେଉଁଥିରେ ୨ଟି ଶତକ ଓ ୧୪ ଟି ଅର୍ଧ ଶତକ ସାମିଲ ରହିଛି, ଏବଂ ୧୮୮ ଟି ଉଇକେଟ ନେଇଛନ୍ତି l
