Odisha news

ଡିଜେ ଶବ୍ଦରେ ଥରୁଛି ଛାତି : ଡିଜେ ଗାଡ଼ିକୁ ଜବଦ କଲା ପୁଲିସ

0

ନୀଳଗିରି-୨୪/୦୯ :  ଏବେ ଗଣେଷ ମେଢ ଭଷାଣୀ ·ଲିଥିବା ବେଳେ ବିଭିନ୍ନ କ୍ଲବ ସଦସ୍ୟମାନେ ହାଇ ସାଉଣ୍ଡ ଡିଜେ ବଜାଇ ଆଖପାଖ ପରିବେଶକୁ ପ୍ରଦୂଷଣ କରୁଥିବା ବେଳେ ଡିଜେ ଶବ୍ଦରେ ଛାତି ଥରାଇ ଦେଉଛି । ଏ ବାବଦରେ ଖବର ପାଇ ନୀଳଗିରି ଥାନା ଅଧିକାରୀ ଗୋପାଳ କର୍ଣ୍ଣ, ସବ୍ ଇନ୍ସପେକ୍ଟର ଦିଲ୍ଲୀପ କୁମାର ସେନାପତି ସଦଳବଳେ ଗୋପୀନାଥପୁର ଗ୍ରାମରେ ପହଞ୍ଚô ଥିଲେ । ପୁଲିସ ଆସୁଥିବାର ଜାଣି ସମସ୍ତେ ଛତ୍ରଭଙ୍ଗ ଦେଇଥିବାବେଳେ ଡିଜେକୁ ଅନ୍ୟତ୍ର ଲୁ·ଇ ରଖାଯାଇଥିଲା । ପୁଲିସ ଡିଜେ ଗାଡ଼ିକୁ ଜବଦ କରିଥିବା ବେଳେ ଗାଡ଼ି ଡ୍ରାଇଭର କିମ୍ବା ଅପରେଟରଙ୍କ ଦେଖା ମିଳିନଥିଲା । ଶେଷରେ ପୁଲିସ ବହୁ ସମୟ ଅପେକ୍ଷା କରି କାହାରି ଦେଖା ନପାଇବାରୁ ଡିଜେ ଗାଡ଼ିଟିକୁ ଜବଦ କରି ଥାନାକୁ ଆଣି ରଖିଛନ୍ତି । ପୁଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । (ଫଟୋ)

Leave A Reply