Odisha news

ସନ୍ତରାଗଡ଼ିଆ ଶିଶୁ ବିକାଶ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା

0

ନୀଳଗିରି-୨୪/୦୯ : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଅନ୍ତର୍ଗତ ସନ୍ତରାଗଡ଼ିଆ ଶିଶୁ ବିକାଶ ବିଦ୍ୟାମନ୍ଦିରରେ ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଶିଶୁ ବିଦ୍ୟାମନ୍ଦିରର ୫୦ଜଣ ମା ମାନଙ୍କୁ ଗୁରୁମା ସସ୍ମିତା ସ ଗଣିତ ବିଷୟରେ ଓ ପ୍ରଧାନ ଆ·ର୍ଯ୍ୟ ଶଶିକାନ୍ତ ବେହେରା ଇଂରାଜୀ ବିଷୟରେ ଶିକ୍ଷାଦାନ କରିଥିଲେ । ଏହାପରେ ମା ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାରେ ମୟୁରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଚଳା ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆଜିର ସମାଜରେ ପରିବାର ଓ ଶିଶୁ ମାନଙ୍କର ବିକାଶ ନିମନ୍ତେ ଶିକ୍ଷା ଓ ସଂସ୍କାର ବିଷୟରେ ଆଲୋକପାତ କରିଥିଲେ । ଶିଶୁ ବିଦ୍ୟାମନ୍ଦିରର ସମ୍ପାଦକ ଅଜିତ କୁମାର ପାଣିଗ୍ରାହୀ ଶିଶୁ ମାନଙ୍କ ପ୍ରତି ମା ମାନଙ୍କର ଭୂମିକା କିପରି ରହିବ ଓ ମାତୃ କର୍ମଶାଳାର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଆ·ର୍ଯ୍ୟ ସଭାପତିତ୍ୱ କରିଥିବା ବେଳେ ଶେଷରେ ଗୁରୁମା ଦୀପ୍ତିଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଗୁରୁମା ସସ୍ମିତା ସ, ଋତୁପର୍ଣ୍ଣା ଆଗୁଆଡ଼, ସସ୍ମିତା ବିଶ୍ୱାଳ, ମଧୁସ୍ମିତା ବାରିକ, ସୁଲୋଚନା ମହାନ୍ତି ପ୍ରମୁଖ କର୍ମଶାଳା ପରି·ଳନାରେ ସହଯୋଗ କରିଥିଲେ ।

Leave A Reply