Odisha news

ମୁଖ୍ୟମନ୍ତ୍ରୀ ଦଶଜଣ ବିଶିଷ୍ଟ ଚିକିତ୍ସକଙ୍କୁ ଏସସିବି ମେଡିକାଲକୁ ବିଶ୍ବସ୍ତରୀୟ କରିବା ଉଦ୍ଦେଶ୍ୟରେ ପରାମର୍ଶଦାତା ରୂପେ ନିଯୁକ୍ତି ଦେଲେ

0

ଭୁବନେଶ୍ବର: କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ (ଏସସିବି) ମେଡିକାଲକୁ ବିଶ୍ବସ୍ତରୀୟ କରିବା ଉଦ୍ଦେଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଶଜଣ ବିଶିଷ୍ଟ ଚିକିତ୍ସକଙ୍କୁ ପରାମର୍ଶଦାତା ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ଦଶଜଣ ଖ୍ୟାତନାମା ଚିକିତ୍ସକଙ୍କ ମଧ୍ୟରୁ ୭ଜଣ ‘ପଦ୍ମ’ ପୁରସ୍କାରପ୍ରାପ୍ତ ବୋଲି ଜଣାଯାଇଛି। ଅନ୍ୟମାନେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲର ପୂର୍ବତନ ଚିକିତ୍ସକ।


ଏହି ପରାମର୍ଶଦାତାମାନେ ହେଲେ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର ରମାକାନ୍ତ ପଣ୍ଡା, ହୃଦରୋଗ ବିଶେଷଜ୍ଞ ପଦ୍ମଭୂଷଣ ଡାକ୍ତର କେ ଶ୍ରୀନାଥ ରେଡି, ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜିଷ୍ଟ ପଦ୍ମଶ୍ରୀ ଡାକ୍ତର ସୁବ୍ରତ ଆଚାର୍ଯ୍ୟ, କିଡନି ପ୍ରତ୍ୟାରୋପଣ ଲାଗି ବିଖ୍ୟାତ ପଦ୍ମଶ୍ରୀ ଡାକ୍ତର ମୁକୁଟ ମିଞ୍ଜ, କର୍କଟରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା, ଓନକୋଲୋଜିଷ୍ଟ୍ ପଦ୍ମଶ୍ରୀ ଡାକ୍ତର ରାଜନ୍ ବଡୱେ, ମେଡିସିନ୍ ସ୍ପେସାଲିଷ୍ଟ୍ ଡାକ୍ତର ଜଗତ ନରୁଲା, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଡିଏନ୍ ରାଓ ଏବଂ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର।

ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଏହି ପରାମର୍ଶଦାତା କମିଟିର ଆବାହକ ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଯାଇଛି।

Nalco
Leave A Reply