Odisha news

ଦିଲ୍ଲୀ ଦଙ୍ଗାରେ କ୍ଷତିଗ୍ରସ୍ତ ହୋଇଥିବା ଯବାନ ଅନିସଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଦିଲ୍ଲୀ ଦଙ୍ଗାରେ ଘର ପୋଡ଼ିଯାଇଥିବା ବିଏସଏଫ ଯବାନ ମହମ୍ମଦ ଅନିସଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଦିଲ୍ଲୀ ଦଙ୍ଗାରେ ବିଏସଏଫ ଯବାନ ମହମ୍ମଦ ଅନିସଙ୍କ ଘରପୋଡ଼ି ଛାରଖାର ହୋଇଯିବା ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖବର ପାଇବା ପରେ ମହମ୍ମଦ ଅନିସଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି ।

ଅନିସ ଓଡ଼ିଶାର ମାଓ ପ୍ରଭାବିତ ଜିଲ୍ଲା ମାଲକାନଗିରିରେ ୯ମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି । ବିଏସଏଫର ଏହି ବାଟାଲିୟନ ସ୍ୱାଭିମାନ ଅଞ୍ଚଳର ସୁରକ୍ଷାରେ ନିୟୋଜିତ ରହିଛି । ବିଶେଷକରି ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେଉଛି ୯ମ ବାଟାଲିୟନ । ଗତ ୨୫ ତାରିଖରେ ଯେତେବେଳେ ଦିଲ୍ଲୀର ଖଜୁରୀଖାସରେ ହିଂସାକାଣ୍ଡ ଜାରି ରହିଥିଲା ଏତିକିବେଳେ ସଂଘବଦ୍ଧ ହୋଇ ଦୁବୃର୍ତ୍ତ ତାଙ୍କ ଘରେ ପଶି ନିଆଁ ଲଗାଇଦେଇଥିଲେ । ଏଥିରେ ସଂପୂର୍ଣ୍ଣ ଘର ଛାରଖାର ହୋଇଯାଇଛି । ଘର ଭାଙ୍ଗି ଯାଇଛି । ପ୍ରାୟ ସମସ୍ତ ଆସବାବପତ୍ର ନଷ୍ଟ ହୋଇଯାଇଛି । ଆଉ କିଛି ଦିନ ପରେ ଯବାନଙ୍କ ବାହାଘର । ହେଲେ ଏପରି ଅଘଟଣ ପରେ ତାଙ୍କର ବିବାହ ବି ଘୁଞ୍ଚି ଯାଇଛି ।
ସେପଟେ ତାଙ୍କ ଘର ନିର୍ମାଣ ପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଛି ବିଏସଏଫ୍ । ଅନିସଙ୍କ ପିତାମାତା ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଭେଟିଛନ୍ତି ବିଏସଏଫ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଜି) ପୁଷ୍ପେନ୍ଦ୍ର ରାଠୋର । ସେ କହିଛନ୍ତି ସୀମା ସୁରକ୍ଷା ବଳ, ପୋଡ଼ି ଯାଇଥିବା ଘରକୁ ନିର୍ମାଣ କରିବ । ଆଉ ନୂଆ ଘରକୁ ‘ବିବାହ ଉପହାର’ ଭାବରେ ଅନିସଙ୍କୁ ହସ୍ତାନ୍ତର କରାଯିବ।

Leave A Reply