Odisha news

ଶିବସେନାର ମୁଖପତ୍ର ‘ସାମ୍‌ନା’ର ନୂଆ ସମ୍ପାଦିକା ରଶ୍ମି ଠାକ୍‌ରେ

0

ମୁମ୍ବାଇ: ଶିବସେନାର ମୁଖପତ୍ର ‘ସାମ୍‌ନା’ର ସମ୍ପାଦିକା ରୂପେ ଦଳର ମୁଖ୍ୟ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ ରଶ୍ମି ଠାକ୍‌ରେ।

ମରାଠୀ ଭାଷାରେ ମୁଦ୍ରିତ ଏହି ସମ୍ବାଦପତ୍ରର ରବିବାର ସଂସ୍କରଣର ଶେଷ ପୃଷ୍ଠାରେ ସମ୍ପାଦକଙ୍କ ନାମ ସ୍ଥାନରେ ରଶ୍ମି ଠାକ୍‌ରେ ବୋଲି ଛାପାଯାଇଛି।

ଦଳର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କୁ ଏହାର କାର୍ଯ୍ୟକାରୀ ସମ୍ପାଦକ ଭାବେ ଅବସ୍ଥାପିତ କରଯାଇଛି।

Image Source: tv9bharatvarsha

୨୦୧୨ରେ ଶିବସେନାର ତତ୍‌କାଳୀନ ମୁଖ୍ୟ ବାଲ୍‌ ଠାକ୍‌ରେଙ୍କ ଦେହାନ୍ତ ହେବା ପରେ ପୁତ୍ର ଉଦ୍ଧବ ‘ସାମ୍‌ନା’ର ସମ୍ପାଦକ ପଦରେ ରହିଥିଲେ। ୨୦୧୯ ନଭେମ୍ବରରେ ଉଦ୍ଧବ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ‘ସାମ୍‌ନା’ର ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।

ମହାରାଷ୍ଟ୍ରବାସୀଙ୍କୁ ବାଲ୍‌ ଠାକ୍‌ରେଙ୍କ ମତ ଜଣାଇବା ଉଦ୍ଦେଶ୍ୟରେ ୧୯୮୮ ମସିହା ଜାନୁଆରି ୨୩ ତାରିଖ ଦିନ ‘ସାମ୍‌ନା’ ପ୍ରତିଷ୍ଠା କରାଯାଇଥିଲା। ଏହାର ହିନ୍ଦୀ ସଂସ୍କରଣ ମଧ୍ୟ ପ୍ରକାଶ ପାଉଛି।

‘ସାମ୍‌ନା’କୁ ପାଥେୟ କରି କ୍ରମଶଃ ଶିବସେନା ତା’ର ରାଜନୈତିକ ସ୍ଥିତି ଦୃଢ଼ କରି ପାରିଛି। ସମ୍ପାଦକୀୟ ଜରିଆରେ ଶିବସେନା ମହାରାଷ୍ଟ୍ରର ଏବଂ ସମଗ୍ର ଦେଶର ସମସ୍ୟା ଉପରେ ମତପୋଷଣ କରି ଆସୁଛି।

Nalco

Leave A Reply