ବିଧାୟକଙ୍କ ଶୁଭ ଦୃଷ୍ଟିରେ ପଞ୍ଚୁଟିକ୍ରୀ ପଞ୍ଚାୟତ : କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଆଦାନୀ ପୋର୍ଟକୁ ଲେଖିଲେ ପୋତ୍ର
ଧାମରା :ନ୍ଦବାଲି ନିର୍ବାଚନ ମଣ୍ଡଳୀ ତଥା ଧାମରା ଇଲାକାର ପଞ୍ଚୁଟିକ୍ରୀ ଏକ ଉପାନ୍ତ ଏରିଆ । ଅନ୍ଧାରୀ ମୂଲକରୁ ଏହା ଏବେ ବିକଶିତ ଆଡକୁ ମୁହାଁଉଛି । ଏହି ପଞ୍ଚାୟତ ପ୍ରତି ଚାନ୍ଦବାଲି ବିଧାୟକଙ୍କର ଶୁଭ ଦୃଷ୍ଟି ପଡିଛି । ଯାହାକୁ ନେଇ ଏଠିକାର ବାସିନ୍ଦାଙ୍କ ଦାବୀ ପୂରଣ ହେବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ୧୧ଟି ରାଜସ୍ୱ ଗାଁକୁ ନେଇ ପଞ୍ଚୁଟିକ୍ରୀ ପଞ୍ଚାୟତ ୧୯୫୫ ମସିହାରେ ଗଠିତ । ଏବେ ବି ଏହି ପଞ୍ଚାୟତର ସବୁ ଗାଁକୁ କଂକ୍ରିଟ୍ ରାସ୍ତା ନାହିଁ । ବର୍ଷା ଦିନରେ ଏଠିକାର ଲୋକେ କାଦୁଅ ପାଣିରେ ଯାତାୟତ କରୁଛନ୍ତି । ଏ ସମ୍ପର୍କରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା । ପଞ୍ଚୁଟିକ୍ରୀ ଗାଁର ମୁଖ୍ୟ ରାସ୍ତା ଠାରୁ ଖମାରସାହି ଦୀର୍ଘ ୨ କି.ମି., ସାନ ଶାମୁକାଭେଡି-ହାଟତୁଠ ଦୀର୍ଘ ୧ କି.ମି. ରାସ୍ତା ଲମ୍ବିଛି । ବର୍ଷା ଦିନରେ ଏହି ରାସ୍ତା ପାଣି କାଦୁଅରେ ଭରି ଯାଉଛି । ଏହି ରାସ୍ତା ଉପରେ ନର୍ଭର କରୁଥିବା ଲୋକେ ନାହିଁ ନଥିବା ହୀନସ୍ତା ହେଉଛନ୍ତି ।
ବହୁ ପ୍ରତିକ୍ଷିତ ଏହି ଦୁଇଟି ମାଟି ରାସ୍ତାକୁ କଂକ୍ରିଟ୍ କରିବା ପାଇଁ ଆଦାନୀ ପୋର୍ଟକୁ ବିଧାୟକ ଚିଠି ନଂ-ଏମ.ସି/୦୩୩/୨୦୨୦ ମୂଳେ ଲିଖିତ ଭାବେ ଜଣାଇଛନ୍ତି । ସି.ଏସ୍.ଆର୍. ଫଣ୍ଡର ଖର୍ଚ୍ଚ ବାବଦରେ ଏହି କାମ କରିବାକୁ ସେ ପୋର୍ଟର କାଯର୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ଏହାକୁ ନେଇ ସାରା ପଞ୍ଚୁଟିକ୍ରୀ ଇଲାକାରେ ଖୁସି ବନି ଯାଇଛି । ପଞ୍ଚାୟତର ଯୁବନେତା ଅନିଲ୍ ନାୟକ, ଅମୀୟ ଧଳ, ରାଜେନ୍ଦ୍ର ମହାନ୍ତି, ସଂଗ୍ରାମ ନାୟକଙ୍କ ସମେତ ଅନ୍ୟମାନେ ପୋର୍ଟର ଉଚ୍ଚ ପଦାଧିକାରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ମାଟି ରାସ୍ତାକୁ ତୁରନ୍ତ କଂକ୍ରିଟ୍ କରିବା ପାଇଁ ଏମାନେ ପୋର୍ଟର ଭିପିଙ୍କୁ ଭେଟି କହିଛନ୍ତି । ବିଧାୟକଙ୍କ ଏପରି କାମକୁ ପଞ୍ଚୁଟିକ୍ରୀର ସାଧାରଣ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଗ୍ରାମବାସୀ ଖଗେଶ୍ୱର ଜେନା, ନାରାୟଣ ବେହେରା, ଧୃବଚରଣ ନାୟକ, ଘନଶ୍ୟାମ ଜେନା, ମାନସ ପଣ୍ଡା, ଗଦାଧର ମଲ୍ଲିକ, ଚନ୍ଦନ ମହାନ୍ତି ରଶ୍ମିରଞ୍ଜନ ପ୍ରଧାନ ପ୍ରମୁଖ ବିଧାୟକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।
