Odisha news

ଆପଣ ଜାଣନ୍ତି କି କିଡ୍ନୀ ଷ୍ଟୋନ ଭଳି ରୋଗରୁ ଆରାମ ଦେବାରେ ସାହାଯ୍ୟ କରେ ସଫେଟା

0

ସବୁ ଫଳର ଗୋଟିଏ ନିଜସ୍ୱ ସ୍ୱାଦ ରହିଛି ଯେଉଁ କାରଣରୁ ତାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି l ଏହିପରି ଗୋଟିଏ ଫଳ ହେଉଛି ସଫେଟା l ଏହି ଫଳରେ ଏପରି କିଛି ଗୁଣ ରହିଛି ଯାହା ଶରୀର ପାଇଁ ଅତ୍ୟନ୍ତ ହିତକର l କେବଳ ଏହି ଫାଲରା ନୁହେଁ ସଫେଟା ଗଛର ମଧ୍ୟ ଅଧିକାଂଶ ଅଂଶ ବିଭିନ୍ନ ପ୍ରକାର ଔଷଧ ପାଇଁ ବ୍ୟବହାର କରାଯାଏ l ଆୟୁର୍ବେଦରେ ସଫେଟା ଗଛର ବ୍ୟବହାର ବହୁଳ ପରିମାଣରେ ହୋଇଛି l ସଫେଟାରେ ଭିଟାମିନ,ପ୍ରୋଟିନ ,କାର୍ବୋହାଇଡ୍ରେଡ଼ ,କ୍ୟାଲସିୟମ ,ଫସଫରସ ,ପୋଟାସିୟମ ,ଜିଙ୍କ ଭୀତମୀ-ଏ ଓ ସି ପ୍ରଚୁର ପରିମାଣରେ ଭରିହୋଇ ରହିଛି l ସଫେଟା ସ୍ୱାସ୍ଥ୍ୟ ସହିତ କେଶ ଓ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ l

* କିଡ୍ନୀ ଷ୍ଟୋନ ପାଇଁ ସଫେଟା-ଅସ୍ୱାସ୍ଥ୍ୟକର ଖାଦ୍ୟ ଓ ଜୀବନଯାପନ ଶୈଳୀ ଯୋଗୁ କିଡ୍ନୀ ଷ୍ଟୋନ ସମସ୍ୟା ଦେଖା ଦେଇଥାଏ l ଆୟୁର୍ବେଦରେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସଫେଟା ଅତ୍ୟନ୍ତ ଲାଭଦାୟକ l  କିଡ୍ନୀ ଷ୍ଟୋନ ଲକ୍ଷଣ ଦେଖାଦେଲେ ସଫେଟା ମଞ୍ଜିକୁ ଗୁଣ୍ଡ କରି ପାଣି ସହିତ ମିଶାଇ ସେବନ କରିବା ଦ୍ୱାରା ଲାଭ ମିଳିଥାଏ l କାରଣ ସଫେଟା ମଞ୍ଜିରେ ଡିୟୁରେଟିକ ମାନେ ମୂତ୍ର ବର୍ଧକ ଗୁଣ ରହିଥାଏ ଗବେଷକ ମାନଙ୍କ ମତରେ ଏହି ଗୁଣ କିଡ୍ନୀରେ ଥିବା ଷ୍ଟୋନକୁ ମୂତ୍ର ମାଧ୍ୟମରେ ବାହାର କରିବାରେ ସାହାଯ୍ୟ କରେ l

* ଗର୍ଭାବସ୍ଥାରେ ଲାଭ ଦାୟକ-କେତେ ଗୁଡିଏ ଫଳ ଅଛି ଯେଉଁ ଗୁଡିକ ଗର୍ଭାବସ୍ଥା ସମୟରେ ସେବନ କରିବl ଲାଭଦାୟକ ହୋଇଥାଏ ,ସେହି ଫଳ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ସଫେଟା l କାର୍ବୋହାଇଡ୍ରେଡ଼ ,ପ୍ରାକୃତିକ ଶର୍କରା ,ଭିଟାମିନ-ସି ଭଳି ଅନେକ ପୋଷାକ ତତ୍ୱର ମାତ୍ର ରହୁଥିବା କାରଣରୁ ଗର୍ଭବତୀ ମାନେ ଓ ସ୍ତନପାନ କରୁଥିବା ମା ମାନେ ଖାଇବା ଲାଭଦାୟକ ହୋଇଥାଏ l ସଫେଟା ଗର୍ଭବତୀ ସ୍ତ୍ରୀ ମାନଙ୍କର ଦୁର୍ବଳତାକୁ ଦୂର କରିଥାଏ l ସଫେଟାରେ ଥିବା ଆଇରନ ଫୋଲେଟ ଭଳି ପୋଷାକ ତତ୍ୱ ଗର୍ଭାବସ୍ଥା ପରେ ରକ୍ତ ହୀନତାକୁ ଦୁରକରେ l ଏହା ବ୍ୟତୀତ ସଫେଟାରେ  ମ୍ୟାଗନେସିୟମ ଥିବା ହେତୁ ରକ୍ତ ଚାପକୁ ନିୟନ୍ତ୍ରଣ କରେ l

* ସୁସ୍ଥ ହାଡ ପାଇଁ ସଫେଟା ଲାଭ ଦାୟକ -ହାଡ଼କୁ ମଝବୁତ ରଖିବା ପାଇଁ କ୍ୟାଲସିୟମ ,ଫସଫରସ ଓ ଆଇରନର ମୁଖ୍ୟ ଭୂମିକା ରହିଛି l ଏହି ତିନୋଟି ପୋଷାକ ତତ୍ୱ ସଫେଟାରେ ପ୍ରଚୁର ପରିମାଣରେ ଭରି ରହିଛି l ସଫେଟାରେ କପରର ମାତ୍ର ମଧ୍ୟ ମିଳିଥାଏ ,ଯାହା ହାଡ଼କୁ ସଂଯୋଗ କରିବାରେ ଟିସୁ ଓ ମାଂସପେଶୀ ପାଇଁ ଅତ୍ୟନ୍ତ ଆବଶ୍ୟକ l କପର ଅଷ୍ଟ୍ରିୟ ପୋରୋସିସ ,ମାଂସପେଶୀ ଦୁର୍ବଳତା ,ଦୁର୍ବଳ ଖଞ୍ଜାକୁ ସୁସ୍ଥ କରିବାରେ ସଫେଟା ସହାୟକ ହୋଇଥାଏ l କପର ସହିତ ଏଥିରେ ଥିବା ମାଙ୍ଗାନିଜ ,ଜିଙ୍କ ଓ କ୍ୟାଲସିୟମ ବାର୍ଦ୍ଧକ୍ୟ ଅବସ୍ଥାରେ ହାଡ଼ରେ ହେଉଥିବା ବିଭିନ୍ନ ପ୍ରକାର ଅସୁବିଧାକୁ ଦୂର କରେ l

* ରୁପି ପାଇଁ ସଫେଟା ହିତକର -ଆଜିକାଲି କେଶ ମୂଳରେ ରୁପି ହେବ ଗୋଟିଏ ସାଧାରଣ ସମସ୍ୟା ହୋଇ ଯାଇଛି ,ଏହି ରୁପିକୁ ଦୂର କରିବା ପାଇଁ ସଫେଟା ହିତକର l ସଫେଟାରେ ପଲିଫେନିଲିକ କମ୍ପାଉଣ୍ଡ ଆଣ୍ଟିଫଙ୍ଗlଲ  ଗୁଣ ପ୍ରଦର୍ଶିତ କରିଥାଏ l ଆଣ୍ଟିଫଙ୍ଗlଲ  ଗୁଣ ରୁପିକୁ ଦୂର କରିବାରେ ସାହାଯ୍ୟ କରେ l ଆଣ୍ଟିଇନ୍ଫ୍ଲମେଟୋରି ଗୁଣ ରୁପି ଯୋଗୁ କେଶ ମୂଳ କୁଣ୍ଡାଇ ହେଉଥିଲେ ଲାଭ ଦେଇଥାଏ l ସେଥିପାଇଁ ସଫେଟା ଚୋପାର ବ୍ୟବହାର କରିବା ଆବଶ୍ୟକ,ସଫେଟା ଚୋପାକୁ ନେଇ ବାଟି ଛୁଟି ମୂଳରେ ଲଗାଇବା ଦ୍ୱାରା ରୁପି ସମସ୍ୟା ଦୂର ହେବ l

* ତ୍ୱଚାକୁ ସୁସ୍ଥ ରଖେ ସଫେଟା-ସଫେଟାସ୍ୱାସ୍ଥ୍ୟ ପାଇଁ ଯେତିକି ହିତକର ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟକ l ସଫେଟାରେ ଥିବା ଭିଟାମିନ-ଇ ,ଏ ଓ ସି ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l ସଫେଟାରେ ଥିବା ମଇଶ୍ଚରାଇଜିଙ୍ଗ ଗୁଣ ତ୍ୱଚାର ରୂଖା ପାନକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ l ସଫେଟାକୁ ଗୋଟିଏ ଫେସ ପ୍ୟାକ ଭାବରେ ବ୍ୟବହାର କଲେ ତ୍ୱଚା ସୁସ୍ଥ ରହି ପାରିବ l

Nalco

Leave A Reply