ମୟୁରଭଞ୍ଜ ଜିଲ୍ଲା ରୁ ରାଜ୍ ଗୁପ୍ତା ଙ୍କ ରିପୋର୍ଟ : ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଧାତିକିଡିଆ ଗାଁ କଲୋନୀ ସାହି ରେ ଆଜି ଅପରାହ୍ନ ସମୟ ରେ ଘରେ ପଶି ଜଣେ କଲେଜ ପଢୁଆ ଝିଅ କୁ ହାଣି ହତ୍ୟା କରିଛନ୍ତି କେହି ଦୁର୍ବୁତ୍ତ।ଘରେ କେହି ନଥିବାର ସୁଯୋଗ ରେ ଏହି ହତ୍ୟାକାଣ୍ଡ କରାଯାଇଛି।, ହତ୍ୟାକାଣ୍ଡ ର କୌଣସି ସଠିକ୍ କାରଣ ଜଣାପଡିବ ନାହିଁ । ଆଜି ଧାତିକିଡିଆ ଗାଁ ର ସୁନିଲ ସିଙ୍କୁ ନିଜ ସ୍ତ୍ରୀ ଜେମାମଣି ସହ ଖରାବେଳେ ଗାଁ ନିକଟସ୍ଥ ସାତକୋଶିଆ ସାପ୍ତାହିକ ହାଟକୁ ଯାଇଥିଲେ ।
ଘରେ ଏକାକୀ ରହିଥିଲା କଲେଜ ରେ +୨ ପଢୁଆ ଝିଅ ସୁନୟନା । ଉଭୟ ସ୍ବାମୀ ସ୍ତ୍ରୀ ହାଟସାରି ଫେରିବା ବେଳେ ଝୀଅ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଘରେ ପଡିଥିଲା । ସଙ୍ଗେ ସଙ୍ଗେ ତାକୁ ପରିବାର ଲୋକେ ଆନନ୍ଦପୁର ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇ ଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି।ମହୁଲଡିହା ଥାନା ପୋଲିସ ଖବର ପାଇ ଅଧିକ ତଦନ୍ତ ଜାରି ରଖିଛି