Odisha news

ବଜ୍ରପାତ ସହ ବର୍ଷା ସମ୍ଭାବନା : ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0

ଭୁବନେଶ୍ୱର , ୦୨ ଜୁଲାଇ – ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ରାଜ୍ୟର ୧୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲା ଗୁଡିକ ହେଲା କୋରାପୁଟ , ନବରଙ୍ଗପୁର , ରାୟଗଡା, ଗଜପତି,ଗଂଜାମ,କନ୍ଧମାଳ, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି , ବରଗଡ, ଝାରସୁଗୁଡା, ସମ୍ବଲପୁର , ସୁନ୍ଦରଗଡ, କେନ୍ଦୁଝର , ମୟୁରଭଂଜ , ଭଦ୍ରକ ଓ ଯାଜପୁର । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.