ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ନବନିର୍ମାଣ ସେନା ର ପ୍ରବକ୍ତା ଙ୍କ ପକ୍ଷରୁ କୁହାଯାଇଛି ଯେ ଆମେ କ୍ଳିଅର କରୁଚୁ ଯେ ଏହି ଚଳଚିତ୍ର ଟି ମହାରାଷ୍ଟ୍ର ରେ ରିଲିଜ ହେବନାହିଁ l କାହିଁକିନା ଏଥିରେ ପାକିସ୍ତାନୀ କଳାକାର ଅଛନ୍ତି, ଆମେ କଦାପି ଏଭଳି ଚଳଚିତ୍ର କୁ ଆମ ରାଜ୍ୟରେ ରିଲିଜ ହେବାକୁ ଦେବୁନାହିଁ l
ଏହାକୁ ନେଇ ଶିବସେନା ନେତା ସଞ୍ଜୟ ନିରୁପମ କହିଛନ୍ତି ଯେ , ଭାରତରେ ପାକିସ୍ତାନ କୁ ନେଇ ଅନେକ ଘୃଣା ରହିଛି, ଯେତେବେଳେ ପାକିସ୍ତାନୀ ଚଳଚିତ୍ର ଭାରତରେ ରିଲିଜ ହୁଏ ଏହାକୁ ନେଇ ଯେତିକି ଆକ୍ରୋଶ ଦେଖାଯାଏ ନାହିଁ, କିନ୍ତୁ ଭାରତୀୟ ଚଳଚିତ୍ର ପାକିସ୍ତାନ ରେ ରିଲିଜ ହେଲେ ଖୁବ ଉତେଜନା ଦେଖା ଯାଇଥାଏ l ଯଦି କେନ୍ଦ୍ର ସରକାର ଙ୍କ ନିକଟରେ ଏହାକୁ ନେଇ କୌଣସି ନୀତି ରହିଛି ତେବେ ଲାଗୁ ନିହାତି ହେବା ଜରୁରୀ l ଏହାର ନିଷ୍ପତି ସରକାର ଯେତେ ଶୀଘ୍ର ନେବେ ସେତେ ଭଲ l