Odisha news

କୁମ୍ଭୀରକୁ କାଟି ଖାଇଲେ ଗ୍ରାମବାସୀ

0

ମାଲକାନଗିରି ୨ ଜୁଲାଇ : ଆପଣ ମାନେ କୁମ୍ଭୀର ମଣିଷକୁ ଖାଇବା ଶୁଣିଥିବେ । ଆମ ରାଜ୍ୟ ଭିତରେ ଏମିତି ଅନେକ ବାର ଘଟିଛି । ନଦୀରେ ଗାଧୋଇଲା ବେଳେ ହେଉ କି କୁମ୍ବୀର ଦେଖିବା ପାଇଁ ବୁଲି ବାକୁ ଗଲାବେଳେ ହେଉ । ନଦୀ ଭିତରୁ ଲୋକଙ୍କୁ କୁମ୍ଭୀର ଟାଣି ନେଇ ତାର ଆହାର ବନେଇଛି । ଏଭଳି ଖବର ଆମ ପାଖକୁ ଅନେକ ବାର ଆସିଛି । କିନ୍ତୁ ଏବେ ଆସିଛି ଏମିତି ଏକ ଖବର ଯାହା ଶୁଣିଲେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ ।ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲାର ଏକ ଗାଁ ରେ , ଯେୁଉଁଠି କୁମ୍ଭୀରକୁ ମାରି ଲୋକ ନିଜର ଆହାର ବନେଇଛନ୍ତି । ନଦୀରୁ ଆଣିବା ପରେ ପୁରା ଗାଁ ୧୦ ଫୁଟର କୁମ୍ଭୀର କାଟି ଭାଗ ଭାଗ କରି ବାଂଟି ନେଇଛନ୍ତି ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ ଉକ୍ତ କାର୍ଯ୍ୟରେ ଲିପ୍ତ ଥିବା ଲୋକେ ସେହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ର କାଲଦାପଲ୍ଲୀ ଅଂଚଳରେ ଘଟିଛି ଏହି ଘଟଣା !ସେପଟେ ଏନେଇ ଚୁପ ବସିଛି ବନ ବିଭାଗ । ସୂଚନା ଅନୁଯାୟୀ, ଶାବେରୀ ନଦୀରୁ ଗଲା ମଙ୍ଗଳବାର ସ୍ଥାନୀୟ ଲୋକେ ଏକ କୁମ୍ଭୀର ଉଦ୍ଧାର କରି ଆଣିଥିଲେ । କୁମ୍ଭୀରର ଉଚତା୧୦ ଫୁଟ ହେବ । ଉଦ୍ଧାର କରି ଆଣିବା ପରେ କୁମ୍ଭୀର ଟିକୁ ଏକ ତେନ୍ତୁଳି ଗଛରେ ବାନ୍ଧି ଦେଇଥିଲେ !ଏହା ପରେ କୁମ୍ଭୀରଟିକୁ ଦେଖିବା ପାଇଁ ବହୁତ ଲୋକଙ୍କର ଭିଡ଼ ଜମିଥିଲା । ଧରିଆଣିଥିବା କୁମ୍ଭୀରଟିର ପ୍ରଥମେ ନଖ କାଟିବା ପରେ ତାକୁ ହାଣି ଦେଇଥିଲେ । ଏହାପରେ କୁମ୍ଭୀରଟିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭାଗ ଭାଗ କରି ନେଇଯାଇଥିଲେ । ଏଥିସହ ସ୍ଥାନୀୟ ଲୋକ ଏହି ସବୁ ଘଟଣାକୁ କ୍ୟାମେରାରେ କଏଦ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ମଧ୍ୟ କରିଛନ୍ତି । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଯିବାର ୨୪ ଘଂଟା ରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ବନବିଭାଗର ହାତ ଖାଲି ରହିଛି । ଅନ୍ୟପଟେ ଏ ସମ୍ପର୍କରେ କାଲିମେଳା ରେଞ୍ଜର ରାମଚନ୍ଦ୍ର ମାଡକାମୀ କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଖବର ପାଇ ନାହାନ୍ତି ଏବଂ ସ୍ଥାନୀୟ ଲୋକ ଏନେଇ କେ?ଣସି ତଥ୍ୟ ଦେଉନାହାନ୍ତି ବୋଲି କହିଛନ୍ତି !

Leave A Reply