Odisha news

ମାସ୍କ କିଣା ଦୁର୍ନିତି : ବିଚାର ବିଭାଗୀୟ ତଦନ୍ତ ଦାବି କଲା କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ

0

କେନ୍ଦ୍ରାପଡା : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମାସ୍କ କିଣା ଦୁର୍ନିତିକୁ ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସର ନିଷ୍ପତି କ୍ରମେ ଗୁରୁବାର ଦିନ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ତଥା ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ପ୍ରସ୍ତୁତ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପ୍ରଦାନ କରିୁଛନ୍ତି । ଏହି ଦାବିପତ୍ରରେ ରାଜ୍ୟ ସରକାର ୩୦ ଲକ୍ଷ ମାସ୍କ କିଣି ରାଜକୋଷର ହରିଲୁଟ କରିଥିବାର ଅଭିଯୋଗ ହୋଇଛି ।

ସେହିପରି ଔଷଧ ନିଗମ ପିସିଆର ମେସିନ କିଣା କ୍ଷେତ୍ରରେ ମଧ୍ୟ ବ୍ୟାପକ ଦୁର୍ନିତି ହୋଇଥିବାର ଅଭିଯୋଗ ହୋଇଛି । ଭାରତୀୟ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ ନିଦେ୍ର୍ଦଶ ଅନୁସାରେ ପିପିଇ ବ୍ୟବହାର କରିବା ପୂର୍ବରୁ ଏହାର ଟେଷ୍ଟିଙ୍ଗ ଜରୁରୀ କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି । ଯାହାଫଳରେ ଏହି ପିପିଇ ର ମାନ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏହି ଦୁର୍ନିତିର ପର୍ଦାଫାସ କରିବା ସହ ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି ହୋଇଛି । ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଭାପତି ଚିନ୍ମୟ ବେହୁରା, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ଙ୍କ ସମେତ ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ମୁକ୍ତାର ଖାଁ, ଶରତ  କୁମାର ବେହୁରା , ସଂଜୟ କୁମାର ରାଉତ, ସୈାମେନ୍ଦ୍ର ପୃଷ୍ଟି, ସମ୍ବିଦ ଶ୍ରୀଚନ୍ଦନ, ଆଶିଷ ମେକାପ ଓ ସତ୍ୟ ପ୍ରିୟ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply