Odisha news

କେନ୍ଦ୍ରାପଡା : ଜିଲ୍ଲାକୁ ଫେରିଲେ ମୋଟ ୩୧,୯୨୮ ଜଣ ପ୍ରବାସୀ

0

କେନ୍ଦ୍ରାପଡା:  ଚଳିତ ବର୍ଷ ମଇ ମାସ ୫ ତାରିଖ ଠାରୁ ପ୍ରବାସୀ ମାନଙ୍କ ଗାଁକୁ ଫେରିବା ପ୍ରକ୍ରିୟା ଜାରି ରହିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତି କ୍ରମେ ବାହାର ରାଜ୍ୟରେ ଦୀର୍ଘ ଦିନ ରହି କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ଲକଡାଉନ ଅବଧି ମଧ୍ୟରେ ଫେରାଇ ଆଣିବା ବ୍ୟବସ୍ଥା କରାଯାଇଛି ।

ଏହି ଅବଧି ମଧ୍ୟରେ ମୋଟ ୩୧,୯୨୮ ଜଣ ଫେରି ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଗୁରୁବାର ଦିନ ୫୬୯ ଜଣ ପ୍ରବାସୀ ଫେରିଥିବାର ଜଣା ପଡିଛି । ଏହି ପ୍ରବାସୀଙ୍କ ମଧ୍ୟରେ କେନ୍ଦ୍ରାପଡା ବ୍ଲକରେ -୪୦, ମାର୍ଶାଘାଇ-୭୯, ଆଳି-୩୫, ପଟ୍ଟାମୁଣ୍ଡାଇ-୧୧୯, ଡେରାବିଶ-୫୩, , ମହାକାଳପଡା-୯୯, ରାଜକନିକା-୧୨ ଓ ଗରଦପୁର ବ୍ଲକର ୧୩୨ଜଣ ପ୍ରବାସୀ ରହିଛନ୍ତି । ଏମାନଙ୍କୁ ବିଭିନ୍ନ ବ୍ଲକର ଟି ଏମ ସି କେନ୍ଦ୍ରକୁ ସଂଗରୋଧରେ ରହିବାକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.