ଦୂରାରୋଗ୍ୟ ବ୍ୟାଧିରେ କିମ୍ବା ଯେକୈାଣସି ପ୍ରକାର ରୋଗର ଉପଶମ ପାଇଁ ମଣିଷ ଧାଇଁଯାଏ ତାଙ୍କ ପାଖକୁ । ସେ ହେଉଛନ୍ତି ଦ୍ୱିତୀୟ ଇଶ୍ୱର, ଯିଏ ମଣିଷଙ୍କୁ ମୃତ୍ୟୁମୁଖରୁ ବଂଚାନ୍ତି ପ୍ରତିଷେଧକ ଦେଇ ହେଉ ବା ପ୍ରତିକାର କରି । ସେଥିପାଇଁ ସେ ଜୀବନଦାତା । ତାଙ୍କ ବିନା ଏ ସୃଷ୍ଟି ଓ ଜୀବନ ଅସହାୟ, ଅସମ୍ପୁର୍ଣ୍ଣ ଓ ଦୁର୍ବିସହ । ରୋଗ ଓ ତାର ପ୍ରଭାବ କଣ, ତାହା ଜନଜୀବନକୁ କେତେ ପ୍ରଭାବିତ କରିପାରେ ତାହେ ସେ ଜାଣନ୍ତି । ତେବେ ରୋଗୀଟି ଜାଣେ ତା ଜୀବନ କାହା ଭରସାରେ ବିତିବ ।
ଏଠାରେ ରୋଗୀ ହେଉଛି ରୋଗରେ ପୀଡିତ ହୋଇଥିବା ବ୍ୟକ୍ତି । ଆଉ ଯିଏ ରୋଗରେ ପଡିବାକୁ ଯାଉଛି ବା ପଡିବାର ସମ୍ଭାବନା ଅଛି ସେ ଆସନ୍ନ ରୋଗୀ । ତେବେ ରୋଗୀକୁ ଛାଡିଲେ ବାକି ଯେଉଁମାନେ ରହିଲେ ସମସ୍ତଙ୍କୁ ଆସନ୍ନ ରୋଗୀ କୁହାଯାଇପାରେ । କାରଣ ଏ ଦୁନିଆରେ ଏମିତି ଅନେକ ରୋଗର ସୁଯୋଗ ରହିଛିଯେ, ପ୍ରତ୍ୟେକ ଜାଣନ୍ତି କିଏ କେତେବେଳେ କେଉଁ ରୋଗରେ ପଡିବ ତାହା କହିହେବ ନାହିଁ । ଏଣୁ ନିଜକୁ ସମସ୍ତେ ଆସନ୍ନ ରୋଗୀ ବୋଲି ଧରିନେଇଛନ୍ତି । ଏପରିସ୍ଥିତିରେ ଉଭୟ ପ୍ରକାର ରୋଗୀ ନିଜ ଜୀବନ ରକ୍ଷା ପାଇଁ ଯାଆନ୍ତି ସେହି ଦ୍ୱିତୀୟ ଇଶ୍ୱରଙ୍କ ପାଖକୁ । ଯିଏ ସାଦରେ ରୋଗୀର କଥା ଶୁଣନ୍ତି । ରୋଗ ଠାରୁ ଦୂରେଇ ରଖିବା ବା ରୋଗକୁ ଭଲ କରିବାକୁ ପରାମର୍ଶ ସହ େଓ÷ାଷଧ ପ୍ରଦାନ କରନ୍ତି । ହଁ ସେ ହେଉଛନ୍ତି ଆମ ଡାକ୍ତର । ଇଶ୍ୱରଙ୍କୁ ଆମେ ଦେଖୁନା, କିନ୍ତୁ ବିଶ୍ୱାସରେ ଅନୁଭବ କରୁ । ତେବେ ଏହି ଦ୍ୱିତୀୟ ଇଶ୍ୱର ଆମ ପାଖେପାଖେ ରହି ଆମର ଜୀବନ ରକ୍ଷା କରନ୍ତି ।
ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣ ଜନିତ ରୋଗ ପ୍ରତ୍ୟେକଙ୍କୁ ଆସନ୍ନ ରୋଗୀରେ ପରିଣତ କରିଛି । ଏହି ଆଶଙ୍କାରେ ଲକଡାଉନ ବା ସଟଡାଉନ ଅବସ୍ଥାରେ ସମସ୍ତେ ଘରେ ରହୁଛନ୍ତି । ପୁଣି ଏହି ରୋଗର ଉପଚାର ପାଇଁ ନା ବାହାରିଛି ପ୍ରତିଷେଧକ ନା ବାହାରିଛି ପ୍ରତିକାର । କେବଳ ସର୍ତକତା, ସଚେତନତା ମାଧ୍ୟମରେ ହିଁ ମଣିଷ ଏହି ରୋଗଠାରୁ ନିଜକୁ ଦୂରେଇ ରଖିବାକୁ କୁହାଯାଉଛି । ଏ ସଚେତନତା କଣ , କିପରି ଏହାକୁ ପାଳନ କରାଯିବ ତାହାକୁ ଉଦ୍ଭାବନ କରିଛନ୍ତି ସେହି ଡାକ୍ତରମାନେ । ତାଙ୍କର ପରାମର୍ଶ ଆଧାରରେ ଆଜି ସାରା ବିଶ୍ୱ କରୋନା ଭୁତାଣୁ ବିରୁଦ୍ଧରେ ଲଢେଇ କରୁଛି ।
ଯେହେତୁ ଏହି ଭୂତାଣୁକୁ ପ୍ରତିହତ କରିବାକୁ କୈାଣସି ଟୀକା, େଓ÷ାଷଧ ବାହାରି ନାହିଁ, ଆଉ ଏ ପ୍ରକାର ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କାଶିଲେ, ଛିଙ୍କିଲେ, ଛୁଇଁଲେ ଏହା ବ୍ୟାପୁଛି, ଏକ୍ଷେତ୍ରରେ ସେହି ରୋଗୀଙ୍କ ପାଖ କିଏ ମାଡିବ ? ଯେତେବେଳେ ଜଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ଏବଂ ତାକୁ ଛୁଇଁବା ମନା, ଏପରି ଦୂର୍ବିସହ ସ୍ଥିତିରେ ଜଣେ ସଂପର୍କିୟ ହୋଇନଥିବା ବ୍ୟକ୍ତି କେମିତି ଉକ୍ତ ବ୍ୟକ୍ତିର ସେବା ପାଇଁ ଆଗଭର ହେବ ତାହା ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ । ପୁରାଣ ଯୁଗରେ ସୃଷ୍ଟିର ରକ୍ଷା ପାଇଁ ଯେମିତି ବୈ÷ଦ୍ୟନାଥ, ଅଶ୍ୱିନୀ, ଧନ୍ୱନ୍ତରୀଙ୍କ ଭଳି ବୈଦ୍ୟଦେବତା ଉଦ୍ୟମ କରିଛନ୍ତି ସେମିତି ବର୍ତମାନ ମଣିଷଙ୍କର ଜୀବନ ରକ୍ଷାପାଇଁ ସଂକଳ୍ପ ନେଇଛନ୍ତି ଡାକ୍ତର, ଫାର୍ମାସିଷ୍ଟ, ପରିଚାଳକ ଗଣ, ସେବକ, ସେବିକା ଓ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଏ ବ୍ୟବସ୍ଥା ହିଁ ଆମ ମନର ପ୍ରଶ୍ନବାଚୀର ଅବକାଶକୁ ଦୂର କରୁଛି । ସଂପ୍ରତି କରୋନା କବଳିତ ରାଷ୍ଟ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟସେବା ଦଳଙ୍କ ଭୂମିକା ଇଶ୍ୱରଙ୍କ ପରି ହୋଇଯାଇଛି । କାରଣ ଜଣେ ସଂକ୍ରମିତଙ୍କୁ ସେବା ଓ ସାନ୍ତ୍ୱନା ଯୋଗାଇ ନଦେଲେ, ହୁଏତ ତାର ମୃତ୍ୟୁ ସୁନିଶ୍ଚିତ । ତେବେ ତାଠାରୁ ସଂକ୍ରମଣର ସମ୍ଭାବନା ଥାଇ ମଧ୍ୟ ଡାକ୍ତର ଓ ତାଙ୍କ ସ୍ୱାସ୍ଥ୍ୟସେବା ଦଳ ଉପସ୍ଥିତ ରହି ତାଙ୍କ ଜୀବନକୁ ତୁଚ୍ଛ କରି ସେବା ଯୋଗାଇଦେବା କୈାଣସି ମହାନ ଯୋଦ୍ଧାଙ୍କଠାରୁ କମ ନୁହେଁ ।
ଆନୁସଂଙ୍ଗିକ ଭିତିଭୂମି ଥାଉ କି ନଥାଉ ଡାକ୍ତର ଓ ସ୍ୱାସ୍ଥ୍ୟସେବା ଦଳଙ୍କ ନଜରରେ ଯେତେବେଳେ ଗୋଟିଏ ରୋଗୀ ଆସେ ସେତେବେଳେ ସେ ସବୁ କାମକୁ ପଛକରି ରୋଗୀକୁ ରୋଗମୁକ୍ତ କରିବାକୁ ପ୍ରାଣପଣେ ଉଦ୍ୟମ କରନ୍ତି । ଆଉ ରୋଗୀଟି ସୁସ୍ଥ ହେଲାପରେ ମିଳିଥିବା ନୂଆଜୀବନକୁ ସମର୍ପିତ କରି ସେହି ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ରୂପେ ଅଭିହିତ କରେ ସେ । ତାର ଶେଷ ସମୟ ପର୍ଯ୍ୟନ୍ତ ସେ ସେହି ଦ୍ୱିତୀୟ ଇଶ୍ୱର ଓ ତାଙ୍କ ସହେଯାଗୀଙ୍କୁ ଭୁଲେ ନାହିଁ । ଦେଶର ପ୍ରଧାନମନ୍ତ୍ରୀ ଆମ ଡାକ୍ତର ଓ ସ୍ୱାସ୍ଥ୍ୟସେବା ଦଳଙ୍କୁ ମହାନଯୋଦ୍ଧା ବୋଲି କହିଛନ୍ତି । କାରଣ ଏଠି ଯୁଦ୍ଧକ୍ଷେତ୍ରରେ ଶତ୍ରୁ ହେଉଛି କରୋନା ଓ ସେନା, କମାଣ, ଗୁଳିଗୋଳା ବଦଳରେ ଆବଶ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟ ସେବାଦଳ, େଓ÷ାଷଧ, ଚିକିସôା । ଏପରି ସଂକଟ ଘଡିରେ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ କରୋନା ଭୂତାଣୁ ପ୍ରତିଷେଧକ ନିମନ୍ତେ ଦିନରାତି ଏକ କରି ଅନୁସନ୍ଧାନରେ ଲାଗିଛନ୍ତି । ଇତିମଧ୍ୟରେ ତୁରନ୍ତ ରୋଗୀ ଚିହ୍ନଟ ପାଇଁ କରୋନା ଟେଷ୍ଟିଂ କିଟ୍ର ଉଦ୍ଭାବନ ହୋଇସାରିଲାଣି । ଏପଟେ ଆଶାକର୍ମୀଙ୍କଠାରୁ ଡାକ୍ତରଙ୍କ ପର୍ଯ୍ୟନ୍ତ ସମସ୍ତେ ଜନସାଧାରଣଙ୍କୁ ସଚେତନ କରିବା ସହ ରୋଗୀ ସେବା, ରୋଗୀ ଓ ତା ପରିବେଶକୁ ସୁସ୍ଥ ରଖିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଭାରତ ତଥା ବିଶ୍ୱକୁ ଏହି ମହାମାରୀଠାରୁ ଦୂରେଇ ରଖିବାକୁ ନିରନ୍ତର ପ୍ରୟାସ କରି ମଧ୍ୟ ଅନେକ ଡାକ୍ତର ସଂକ୍ରମଣର ଶିକାର ହେଉଛନ୍ତି । ଏହି ରୋଗ ପ୍ରାଣଘାତି ହୋଇଥିବା ଜାଣି ମଧ୍ୟ ସେମାନେ ଯେଉଁ କର୍ତବ୍ୟ ପଥରେ ଅଗ୍ରସର ତାହା ଅତୁଳନୀୟ ଓ ଅବର୍ଣ୍ଣନୀୟ ।
ଏସବୁ ସତ୍ୱେ କିଛି ସ୍ଥାନରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ର୍ଦୁବ୍ୟବହାର, ତାଙ୍କୁ ସହେଯାଗ ନକରିବା, ତାଙ୍କ ପରାମର୍ଶକୁ ନ ମାନିବା ଆଦି ଦୃଷ୍ଟିଗୋଚର ହେଉଛି । ଏକଥାଜାଣି ରଖିବା ଦରକାର ଯେ ଡାକ୍ତର ଓ ସ୍ୱାସ୍ଥ୍ୟସେବା ଦଳଙ୍କ ପରାମର୍ଶ ନ ଶୁଣିବା ଅର୍ଥ ନିଜ ଜୀବନ ତଥା ନିଜ ପରିବାର ପ୍ରତି ବିପଦକୁ ବରଣ କରିବା । ଆମେ ସମସ୍ତେ ଜାଣୁ ଯେ କରୋନା ଭୁତାଣୁ ସଂକ୍ରମଣ ଏକ ବିଶ୍ୱ ମହାମାରୀରେ ପରିଣତ ହୋଇଛି । ଆମ ଦେଶରେ ଏହାକୁ ମାହାମରୀର ରୂପ ନଦେବା ନିମନ୍ତେ ନିରନ୍ତର ପ୍ରଚେଷ୍ଟା କରୁଛନ୍ତି ସରକାର, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଇତ୍ୟାଦି । ଆମ ଦେଶର ଜନସଂଖ୍ୟା ତୁଳନାରେ ଏହି ବିଶ୍ୱ ମହାମାରୀର ମୁକାବିଲା କରିବାକୁ ଆମ ପାଖରେ ପର୍ଯ୍ୟାପ୍ତ ଭିତିଭୂମି ବା ସମ୍ବଳ ନାହିିଁ । ଏଣୁ ଗୋଷ୍ଠି ସଂକ୍ରମଣଠାରୁ ଦୂରରେ ରହି ଡାକ୍ତର ଓ ସ୍ୱାସ୍ଥ୍ୟସେବା ଦଳଙ୍କ ଉପରେ ଚାପ ଯଥେଷ୍ଟ କମ ହେଉ ଏହା ଜନସାଧାରଣଙ୍କ ମୂଖ୍ୟ ଉଦେ୍ଦଶ୍ୟ ହେବା ଉଚିତ । କେବଳ ବନ୍ଦ ହୋଇ ଘରେ ରହିଲେ ହେବ ନାହିଁ । କାଶ, ଥଣ୍ଡା, ଛିଙ୍କ ଜ୍ୱର କିମ୍ବା କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ତାଙ୍କ ନିଜ ଆଡୁ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଆଗଭର ହେବା ଉଚିତ । ଯଦି ନିଜ ଆଡୁ ଏହି ପଦେକ୍ଷପ ଆମେ ନନେବା ତେବେ ଗୋଷ୍ଠି ସଂକ୍ରମଣ ହେବାର ସଂମ୍ଭାବନାକୁ ଜନ୍ମ ଦେବା । ଆଉ ଗୋଷ୍ଠି ସଂକ୍ରମଣ ହେଲେ ଡାକ୍ତର ଓ ସ୍ୱାସ୍ଥ୍ୟସେବା ଦଳଙ୍କ ଉପରେ ଆବଶ୍ୟକତାଠାରୁ ବହୁତ ଚାପ ପଡିବା ଫଳରେ ଆଶାତିତ ଭାବରେ ରୋଗୀମାନେ ମୃତ୍ୟୁ ମୁଖରେ ପଡିବେ ।
ଏବେ ସରକାରଙ୍କ ତରଫରୁ ଡାକ୍ତରଙ୍କ ନାମ ଓ ତାଙ୍କ ଟେଲିଫୋନ ନମ୍ବର ମଧ୍ୟ ସାର୍ବଜନୀନ କରାଗଲାଣି । ଯାହାଫଳରେ ପ୍ରଥମେ କୈଣସି ରୋଗର ଲକ୍ଷଣ ପ୍ରକାଶ ପାଇଲେ ଡାକ୍ତରଖାନାକୁ ନଆସି ଡାକ୍ତରଙ୍କ ପରାମର୍ଶ ନିଆଯାଇପାରିବ । ପରାମର୍ଶ ଅନୁସାରେ ଘରେ ରହି ଚିକିସôା ମଧ୍ୟ କରାଯାଇପାରିବ । ଏସବୁ ତ ଆମ ସୁରକ୍ଷା ପାଇଁ । ତେବେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ବିଷୟରେ ଆମେ କେବେ ଭାବିଛେ କି ? ନିଜକୁ ନିଜେ ପଚାରନ୍ତୁ, ମୁଁ ଜଣେ ସ୍ୱାସ୍ଥ୍ୟ କର୍ମୀ ବା ଡାକ୍ତର ହୋଇଥିଲେ କରୋନା ମୁକାବିଲା ପାଇଁ ତଥା ଏକ ସୁସ୍ଥ ସମାଜ ଗଠନ ନିମନ୍ତେ କିପରି ଭାବେ ନିଜକୁ ଉସôର୍ଗ କରିଥାନ୍ତି । ଉତର ଆପଣଙ୍କ ପାଖରେ ।
ସାଧାରଣତଃ ସମସ୍ତେ ନିଜ ଜୀବନକୁ ପ୍ରଥମେ ସୁରକ୍ଷା କରିବାକୁ ପ୍ରାଥମିକତା ଦେଇଥାନ୍ତି । ଏପରିେପ୍ରେକ୍ଷୀରେ ଡାକ୍ତର ଓ ସ୍ୱାସ୍ଥ୍ୟସେବା ଦଳଙ୍କ ଜୀବନ ଆମ ପାଇଁ ସବୁଠାରୁ ମୁଲ୍ୟବାନ ।ଏଣୁ ତାଙ୍କ ନିକଟରେ ସବୁ ପ୍ରକାର ସ୍ୱାସ୍ଥ୍ୟ ଉପକରଣ ଉପଲବ୍ଧ ରହିବା ଜରୁରୀ । ମାନବତ୍ୱର ପରାକାଷ୍ଠା ପ୍ରତିପାଦିତ କରି ଆମେ ସେମାନଙ୍କ ପାଇଁ ଜନତାକର୍ଫ୍ୟୁ ଦିନ ଥାଳି, ଘଂଟ, ଘଂଟା ବଜାଇ ସାରିଛେ । ଏହାର ମୂଲ୍ୟ ରଖିବାକୁ ଯାଇ ସେମାନଙ୍କୁ ଢେର ସମ୍ମାନ ଦେବା, ତାଙ୍କ ସୁରକ୍ଷା ପାଇଁ ଯତ୍ନବାନ ହେବା, ପ୍ରାର୍ଥନା କରିବା ଉଚିତ୍ । ନଚେତ ଆମ ସ୍ୱାସ୍ଥ୍ୟର ସୁରକ୍ଷା ଦେବା ନିମନ୍ତେ ନିଯୁକ୍ତ ବିଶେଷଜ୍ଞ ଓ କର୍ମୀଙ୍କ ଅଭାବ, ଅନୁପସ୍ଥିତି ଆମ ଜୀବନ ପ୍ରତି ବିପଦ ଓ ବିପର୍ଯ୍ୟୟ ଆଣିବ ଏଥିରେ ସନେ୍ଦହ ନାହିଁ ।
ଅତୀତରେ ଅନେକ ଭୁତାଣୁ ଆସିଛନ୍ତି ଓ ଯାଇଛନ୍ତି କିନ୍ତୁ ଦ୍ୱିତୀୟ ଇଶ୍ୱରଙ୍କୁ କେହି ପରାସ୍ତ କରିପାରିନାହାନ୍ତି । ଭୁତାଣୁଠାରୁ ମାନବ ସମାଜକୁ ରକ୍ଷାକରିବା ପାଇଁ ଅମୋଘ ଉପାୟ ବାହାର କରିଛନ୍ତି ସେମାନେ । ସେହି ଦ୍ୱିତୀୟ ଇଶ୍ୱରଙ୍କ ଭରସାରେ ସାରା ବିଶ୍ୱ । ବର୍ତମାନ କୋଭିଡର ପ୍ରତିଷେଧକ ବାହାର କରିବାକୁ ସେମାନେ ଅହରହ ଚେଷ୍ଟାରତ । ତେବେ ସେଦିନ ଯାଏଁ ଆମକୁ ଧର୍ଯ୍ୟର ସହ ଅପେକ୍ଷା କରିବାକୁ ହେବ । ଆଉ ସେ ପର୍ଯ୍ୟନ୍ତ ଆମକୁ ଏହି ଯୁଦ୍ଧର ମହାନ ଯୋଦ୍ଧାଙ୍କ ଉସôାହ ବୃଦ୍ଧି କରିବାକୁ ସବୁମତେ ଉଦ୍ୟମ କରିବାକୁ ପଡିବ ।