Odisha news

ଖୋର୍ଦ୍ଧା : ଭିଜିଲାନ୍ସ ଜାଲରେ ପୁଲିସ ଏ.ଏସ.ଆଇ.

0

ଖୋର୍ଦ୍ଧା : ୨୦ ହଜାର ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜଣେ ପୁଲିସ ଏ.ଏସ.ଆଇ.ା ଖାକି ବାବୁ ଜଣକ ହେଲେ ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡି ର ଅଧିକାରୀ ଅଶୋକ ଚନ୍ଦ୍ର ପଣ୍ଡା । ସୂଚନା ଯୋଗ୍ୟ, ବୋଲଗଡ ଥାନା ଅନ୍ତର୍ଗତ ସାନନୂଆପଲ୍ଲୀ ଗ୍ରାମର ଆଶିଷ କୁମାର ପଣ୍ଡାଙ୍କ ଏକ ଜମିବାଡି ସଂକ୍ରାନ୍ତିୟ ମାମଲାର ସମାଧାନ କରିବା ଲାଗି ଆଶିଷଙ୍କ ଠାରୁ ଫାଣ୍ଡି ଅଧିକାରୀ ଅଶୋକ ୨୫ହଜାର ଟଙ୍କା ଦାବୀ କରିଥିଲେ । ଶେଷରେ ୨୦ହଜାର ରେ କଥା ଛିଡିଥିଲା ।

ଏନେଇ ଆଶିଷ ଗୁରୁବାର ଦିନ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ । ଏହାପରେ ଆଜି ଅପରାହ୍ନରେ ରେ  ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ କର୍ମଚାରୀମାନେ ଫାଣ୍ଡି ପରିସରରେ ଛପି ରହିଥିଲେ । ଆଶିଷଙ୍କଠାରୁ ୨୦ହଜାର (୪୦ଖଣ୍ଡ ୫ଶହ ଟଙ୍କିଆ)ଟଙ୍କା ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପୁଲିସ ଏ.ଏସ.ଆଇ ଶ୍ରୀ ପଣ୍ଡା ଧରାପଡ଼ିଥିଲେ । ଚଢାଉରେ ଭିଜିଲାନ୍ସ ଡିଏସପି ଅନୁପମା ମହାପାତ୍ରଙ୍କ ନେତୃତ୍ୱରେ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଶ୍ରୀ ପଣ୍ଡାଙ୍କର ବାଣପୁର ସ୍ଥିତ ବାସ ଭବନ ର ପୈତୃକ ବାସ ଭବନରେ ଚଢାଉ ଜାରି ରହିଥିବା ଜଣାଯାଇଛି । ଭିଜିଲାନ୍ସ ୧୫ା୨୦୨୦ରେ ଏକ ମାମଲା ରୁଜୁକରି ସ୍ଥାନୀୟ ଭିଜିଲାନ୍ସ କାର୍ଯ୍ୟାଳୟରେ ପଚରାଉଚରା ଚଲାଇଥିବା ଜଣାଯାଇଛି ।

Nalco

Leave A Reply