ଖୋର୍ଦ୍ଧା : ମହାମାରୀ କରୋନା କବଳରେ ଏବେ ଦେଶ ତଥା ରାଜ୍ୟ । ଆବଶ୍ୟକ ନପଡିଲେ ବାହାରକୁ ବାହାରନ୍ତୁନାହିଁ । ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ, ସାନିଟାଇଜ ବ୍ୟବହାର କରନ୍ତୁ ଏଭଳି କିଛି ସର୍ତକ ବର୍ତା ଦେଇ ରାଜ୍ୟ ସରାକର ଜନସାଧାରଣଙ୍କୁ ସଚେତନତା କରାଉଛନ୍ତି । ମାତ୍ର ଏବେ ମାସ୍କ ଦୁର୍ନିତୀ ହିଁ ତାଙ୍କର କାର୍ଯ୍ୟକଳାପ କୁ ସ୍ପଷ୍ଟ କରିଛି ବୋଲି ଜିଲା କଂଗ୍ରେସ କମିଟି ଅଭିଯୋଗ କରିଛି । ତେଣୁ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମାସ୍କ କିଣାବିକା ଦୁର୍ନିତୀରେ ଲିପ୍ତ ରହି ଯେଉଁ ମହାଦୁର୍ନିତୀ କରିଛନ୍ତି ତାର ପ୍ରତିବାଦରେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହିତ ଏହାର ସିବିଆଇ ତଦନ୍ତ ଦାବି କରିଛନ୍ତି ।
ପିସିସି ସଭାପତିଙ୍କ ଅହ୍ୱାନ କ୍ରମେ ଗୁରୁବାର ପୂର୍ବାହ୍ନରେ ଜିଲା କଂଗ୍ରେସ କମିଟି ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ପିସିସି ମୁଖପାତ୍ର ଅମିତ ମହାନ୍ତି, ମନ୍ମଥ ରାଉତରାୟ, ବେଗୁନିଆ ବୋଲଗଡ ବିଧାୟକ ପ୍ରାର୍ଥି ପ୍ରଦୀପ ସାହୁ, ବଟକୃଷ୍ଣ ରାଉତରାୟ, ଜଟଣୀ ବ୍ଲକ୍ କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ସ୍ୱାଗତିକା ପଟ୍ଟନାୟକ, ଶିଶିର କୁମାର ପରିଡା, ପଦ୍ମଚରଣ ରାୟ, ସୁବାଶ ପାତ୍ର, ପ୍ରକାଶ ରଣସିଂ, ବିଚିତ୍ର କୁମାର ମାର୍ଥା, ପ୍ଲାବନ ପଟ୍ଟନାୟକ, ଛଣଘର ସରପଂଚ ସୁନିଲ ରାଉତରାୟ, ପ୍ରଦୋଷ ହରିଚନ୍ଦନ, ଖୋର୍ଦ୍ଧା ବ୍ଲକ୍ ଜୋନ୍-୧ ସଭାପତି ଜିତେନ୍ଦ୍ର ଚମ୍ପତି, ଶିଳାଦିତ୍ୟ ପଟ୍ଟନାୟକ, ଦ୍ୱାରିକା ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ କୁଷପୁତଳିକା ଦାହ କରିଥିଲେ ।ପରେ ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି ।