Odisha news

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ନିସ୍ତୁକ ମାଡ : ୧୧ଦିନ ପରେ ବି ଅଭିଯୁକ୍ତଙ୍କ ଟେର ପାଉନି ପୋଲିସ

0

ଖଇରା: ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ରଇଁତିରା ସଙ୍ଗରୋଧ କେନ୍ଦ୍ରରେ ଚତୁର୍ଭୁଜ ଜେନା ନାମ୍ନୀ ଜଣେ ମାନସିକ ବିକାରଗ୍ରସ୍ଥ ପ୍ରବାସୀଙ୍କୁ ନିସ୍ତୁକ ମାଡମାରି ଆହତ କରିବା ଘଟଣାରେ ଖଇରା ପୋଲିସ ଅଭିଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର ଓ ତାଙ୍କର ଅନ୍ୟ ୨ ସହଯୋଗୀଙ୍କ ନାମରେ କେବଳ ଏକ ମାମଲା(୯୮/୨୦) ରୁଜୁ କରି ଚୁପ ହୋଇ ବସିଛି । ତୁରନ୍ତ ଅଭିଯୋଗକାରୀ ମାନଙ୍କୁ ଗିରଫ କରାନଗଲେ ପରିବାର ଲୋକେ ଥାନା ଆଗରେ ଧାରଣାରେ ବସିବେ ବୋଲି ମା ସୁବାନୀ ଜେନା ଓ ବାପା କୁନୁ ଜେନା ଚେତାବନୀ ଦେଇଛନ୍ତି । ମେ ୨୯ତାରିଖ ଦିନ ଅମରିଆ-ଅଗ୍ନିପୁର ପଞ୍ଚାୟତ ଅଗ୍ନିପୁର ଗ୍ରାମର ଚତୁର୍ଭୁଜ ବମ୍ବେରୁ ଫେରି ରଇଁତିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

ରାତିରେ ସେ ନିଜ ଭଉଣୀକୁ ଦେଖିବା ପାଇଁ କେନ୍ଦ୍ରର ପଛପାଖ ଗେଟ ଖୋଲି ଯାଉଥିବା ବେଳେ କେନ୍ଦ୍ର ଦାୟିତ୍ୱରେ ଥିବା ସରପଞ୍ଚଙ୍କ ସ୍ୱାମୀ ଉକ୍ତ ଦିବ୍ୟାଙ୍ଗ ଚତୁର୍ଭୁଜକୁ ନିସ୍ତୁକ ମାଡ ମାରି ଆହତ କରିଥିଲେ । ଖଇରା ପୋଲିସ ୩୦ତାରିଖରେ ଏକ ମାମଲା ରୁଜୁ କରିଥିଲା । ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ବାସୁଦେବ ନହାନ୍ତିଙ୍କୁ ପଚାରିବାରେ ପ୍ରଶାନ୍ତ ଓ ତାଙ୍କର ସହଯୋଗୀ ଫେରାର ଥିବାରୁ ତାଙ୍କୁ ଗିରଫ କରାଯାଇପାରିନଥିବାର କହିଛନ୍ତି । ପ୍ରଶାନ୍ତ ମହାପାତ୍ରଙ୍କୁ ଯୋଗାଯୋଗ କରିବାରେ ଉକ୍ତ ଯୁବକ ଜଣକ ସଙ୍ଗରୋଧ କେନ୍ଦ୍ରର ଗେଟ ଡେଇଁ ଅନ୍ୟଜଣେ ବ୍ୟକ୍ତିଙ୍କ ସହ ଲୁଚି ପଳାଯାଉଥିବାର ଖବର ପାଇବା ପରେ ତାଙ୍କୁ ଜୋରକରି ଆଣି ସଙ୍ଗରୋଧ କେନ୍ଦ୍ରରେ ରଖିଥିଲେ ବୋଲି କହିଛନ୍ତି । ଫଟୋ-ଖଇରା୧-ସଙ୍ଗରୋଧ କେନ୍ଦ୍ର ନିକଟରେ ଉକ୍ତ ମାନସିକ ବିକାରଗ୍ରସ୍ଥ ଯୁବକ ଆକ୍ରମଣର ଶିକାର

Leave A Reply

Your email address will not be published.