ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଙ୍କ ଆଦେଶ ଅନୁସାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ ଆଇରନ ବଟିକା ବଣ୍ଟନ
ବୋରିଗୁମ୍ମା (K.sakil Dora)– ମହାମାରୀ କରୋନା ଭାଇରସ ପାଇଁ ସାରା ଦେଶରେ ଲକ ଡାଉନ ହୋଇଥିବା ବେଳେ ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାର୍ଚ୍ଚ ୧୫ ତାରିଖ ରୁ ବନ୍ଦ ରହିଛି। ପ୍ରଥମେ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ ପାଠ୍ୟ ପୁସ୍ତକ ବାଣ୍ଟିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସୁଚାରୁ ରୂପେ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ ପାଠ୍ୟ ପୁସ୍ତକ ବଣ୍ଟନ କରିଥିଲେ। ବର୍ତ୍ତମାନ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଙ୍କ ପତ୍ରାଙ୍କ। ୨୭୩ / ୩୦.୦୪.୨୦୩୦ ଓ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ପତ୍ରାଙ୍କ ୭୫ / ୦୧.୦୫.୨୦୨୦ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ଙ୍କ ଘରକୁ ଯାଇ ଆଇରନ ବଟିକା ବଣ୍ଟନ କରିବେ।ବୋରିଗୁମ୍ମା ବ୍ଲକରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଛାତ୍ର ଛାତ୍ରୀ ମାନଙ୍କ ଘରକୁ ଯାଇ ଆଇରନ ବଟିକା ବାଣ୍ଟୁଛନ୍ତି। ପ୍ରଥମ ଶ୍ରେଣୀ ରୁ ପଞ୍ଚମ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କ ସକାଶେ ମେ ଓ ଜୁନ ମାସ ପାଇଁ ପିଙ୍କ ରଙ୍ଗ ର ଆଇରନ ସାତୋଟି ବାଣ୍ଟିବାକୁ ଗଣ ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣ ରେ ପଡୁଥିବା ପିଲା ମାନଙ୍କ ପାଇଁ ସାତୋଟି ନୀଳ ରଙ୍ଗ ଆଇରନ ବଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୋରିଗୁମ୍ମା ବ୍ଲକ ରେ ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୫, ୯୭୬ ଜଣ ଛାତ୍ରଛାତ୍ରୀ ପାଠ ପଡୁଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୮, ୩୭୬ ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି। ପ୍ରକାଶ ଥାଉକି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଭିନ୍ନ କ୍ଲଷ୍ଟର କୁ ପିଙ୍କ ଆଇରନ ବଟିକା ୩, ୧୮, ୦୦୦ ଟି ପ୍ରଦାନ କରିଥିବା ବେଳେ ନୀଳ ଆଇରନ ବଟିକା ୧,୯୮, ୦୦୦ ଟି ପ୍ରଦାନ କରିଛନ୍ତି।