Odisha news

ବୋରିଗୁମ୍ମା ବ୍ଲକର ବିଭିନ୍ନ କ୍ଵରେନଟାଇନ ଗୃହରେ ୬୨ ଜଣ ପ୍ରବାସୀ ଓଡ଼ିଆ ଅଛନ୍ତି।

0

ବୋରିଗୁମ୍ମା (K.sakil Dora)— କରୋନା ଭାଇରସ ଯୋଗୁଁ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରୁ ନିଜ ରାଜ୍ୟ ଓଡିଶା କୁ ଫେରିବାରେ ଲାଗିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପ୍ରବାସୀ ଓଡିଆମାନେ ବିନା ଦ୍ବିଧାରେ ଓଡିଶା ଆସିପାରିବେ। ବର୍ତ୍ତମାନ ଓଡିଶାକୁ ପ୍ରବାସୀ ଓଡ଼ିଆଙ୍କ ସୁଅ ଛୁଟିଛି। ବିଭିନ୍ନ ରାଜ୍ୟ ତଥା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, କେରଳ, ତାମିଲନାଡୁ ,ଗୁଜରାଟ ରୁ ପ୍ରବାସୀ ଓଡିଆମାନେ ନିଜ ରାଜ୍ୟ କୁ ଫେରୁଛନ୍ତି।ଏପର୍ଯ୍ୟନ୍ତ ବୋରିଗୁମ୍ମା ବ୍ଲକ କୁ ୬୨ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବ୍ଲକ ପ୍ରଶାସନ ସୂଚନା ଦିଆଯାଇଛି। ସେହି ମାନଙ୍କୁ ବ୍ଲକ ର ବିଭିନ୍ନ କ୍ଵରେନଟାଇନ ଗୃହରେ ରଖାଯାଇଛି।ଅଂଚଲା ପଂଚାୟତରେ ୮ ଜଣ, ବେଣା ଗାଁ ରେ ୩ ଜଣ,ବେଣାସୁର ରେ ୨ ଜଣ, ବୋଡିଗାଁ ରେ ୯ ଜଣ, ଟେଙ୍କର ରେ ୩ ଜଣ, ହରଦଳି ରେ ୧୦ ଜଣ, କାମାରା ରେ ୨ ଜଣ, କାମତା ରେ ୨ ଜଣ, କାଠରଗଡା ରେ ୪ ଜଣ, ପଣ୍ଡସଗୁଡା ରେ ୩ ଜଣ, ରଣସପୁର ରେ ୩, ସସାହାଣ୍ଡି ରେ ୩ ଜଣ ପ୍ରବାସୀ ଓଡ଼ିଆ କ୍ଵରେନଟାଇନ ରେ ଅଛନ୍ତି। ରାଜ୍ୟ ସରକାରଙ୍କ କୋବିଡ଼ ଗାଇଡ଼ଲାଇନ ଆନୁସାରେ ୨୧ ଦିନ କ୍ଵରେନଟାଇନ ରେ ରହିବେ ଏବଂ ୭ ଦିନ ହୋମ କ୍ଵରେନଟାଇନ ରେ ରହିବେ। ସମସ୍ତ ଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାଯାଇଛି। ଏମାନେ ସମସ୍ତେ ତେଲେଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ,କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ରୁ ଫେରିଥିବା ଜଣାଯାଇଛି। ତେବେ ଗୁଜରାଟ ସୁରତ ରୁ କେହି ପ୍ରବାସୀ ଓଡ଼ିଆ ବୋରିଗୁମ୍ମା ବ୍ଲକ କୁ ଫେରି ନ ଥିବା ଜି ପି ଇ ଓ ସୁବାସ ଚନ୍ଦ୍ର ମିଶ୍ର କହିଛନ୍ତି। କ୍ଵରେନଟାଇନ ରେ ଥିବା ସମସ୍ତ ପ୍ରବାସୀ ଓଡ଼ିଆ ଙ୍କୁ ଦୁଇ ଓଳି ଜଳଖିଆ ଓ ଦୁଇଟି ଭୋଜନ ଦିଆଯାଉଛି। ସରକାର ଏମାନଙ୍କ ପାଇଁ ପ୍ରତିଦିନ ଖାଇବାକୁ ୧୨୦ ଟଙ୍କା ଖର୍ଚ୍ଚ କରୁଛନ୍ତି।ପ୍ରକାଶ ଥାଉକି ଅନ୍ୟ ଜିଲ୍ଲାରୁ ବୋରିଗୁମ୍ମା ବ୍ଲକ କୁ ଏପର୍ଯ୍ୟନ୍ତ ୧୪୪ ଜଣ ଫେରିଛନ୍ତି। ଏମାନେ ସମସ୍ତେ ହୋମ କ୍ଵରେନଟାଇନ ରେ ଥିବା ସୂଚନା ମିଳିଛି।

Leave A Reply