Odisha news

ଅବକାରୀ ବିଭାଗର ଚଢ଼ାଉ-ମହୁଲି ମଦ ସହ ୫ ଗିରଫ

0

ବନ୍ତଳା: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଦେଶୀ ମହୁଲି ମଦ କାରବାର ବଢ଼ିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଅନୁଗୁଳ ଅବକାରୀ ବିଭାଗ ଶୁକ୍ରବାର ପ୍ରଥମେ ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ଅଚଂଳରେ ଚଢ଼ାଉ କରି ର୍ଗାର କ୍ଷୀରୋଦ ମୁଖୀ (୫୦) ଠାରୁ ୧୪ ଲିଟର ମହୁଲି ମଦ ଜବତ କରି ଗିରଫ କରିଥିଲେ ।

ତାପରେ ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁର ୨ ଜଣଙ୍କୁ ଗିରଫ କରିଥିଲେ । ଗିରଫ ହୋଇଥିବା ବ୍ୟକ୍ତି ମାନେ ପିତାମ୍ବର ସାହୁ (୫୨), ବିମ୍ବାଧର ବେହେରା (୫୨) ଙ୍କ ଠାରୁ ସମୁଦାୟ ୨୫ ଲିଟର ମହୁଲି ଜବତ କରାଯାଇଛି ।

ପରବର୍ତି ମୁହୁର୍ତରେ ଜରପଡା ଥାନା ଅନ୍ତର୍ଗତ ଅମାନ୍ତପୁର ଗାଁରେ ଚଢ଼ାଉ କରି ଅତୁଲ ବେହେରା (୪୮) ଙ୍କ ଠାରୁ ୨୧ ଲିଟର ମହୁଲି ଜବତ କରି ଗିରଫ କରିଛନ୍ତି । ଚଢ଼ାଉ ବେଳେ ଅବକାରୀ ବିଭାଗର ଇନିସପେକ୍ଟର କରୁଣା ଶଙ୍କର ତିୱାରୀ, ଏ ଏସ ଆଇ ହେମନ୍ତ କୁମାର ନାୟକ, ଏସ.ଆଇ ଅରବିନ୍ଦ ପ୍ରସାଦ ରାଉତରାୟ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply