ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ରେ ଦିନକୁ ଦିନ ଜନ୍ତୁ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କେତେବେଳେ ବିଦ୍ୟୁତ୍ ତାର ମାଧ୍ୟମରେ ତ କେତେବେଳେ ଫାସ ପକାଇ । ଏବେ କିନ୍ତୁ ଦେଖାଯାଇଛି ଭିନ୍ନ ଏକ ଢ଼ଙ୍ଗରେ ।
ଘଟଣାରୁ ପ୍ରକାଶ ଯେ, ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ସଂରକ୍ଷିତ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ପୋଷା କୁକୁର ନେଇ କରାଯାଉଥିବା ଦେଖିବାକୁ ମିଳିଛି । ଖବର ପାଇ ପୁରୁଣାକୋଟ ରେଜଂର ଗଜେନ୍ଦ୍ର ବେହେରା ୩ ଜଣଙ୍କୁ ଗିରଫ କରିଛନ୍ତି ।
ଗିରଫ ହୋଇଥିବା ବ୍ୟକ୍ତି ମାନେ ଛୁଟକେଇ ଗ୍ରାମର ଶିବ ଦେହୁରୀ (୫୦), ଦେବଚରଣ ଦେହୁରୀ (୫୦), କାଳନ୍ଦୀ ନାୟକ (୬୦) ବୋଲି ଜଣାପଡିଛି । ଏମାନେ ଆଗରୁ ଅନେକ ଜନ୍ତୁ ପୋଷା କୁକୁର ମାଧ୍ୟମରେ ଶିକାର କରୁଥିବା ବନ ବିଭାଗ ଡି ଏଫ ଓ ରାମସ୍ୱାମୀ ଜଣାଇଛନ୍ତି । ତାଙ୍କ ଠାରୁ ହରିଣ ମାଂସ ଜବତ କରିବା ସହ ସାତକୋଶିଆ ପ୍ରାଣୀ ଚିକିତ୍ସକ କିଶୋର କୁମାର ସାହୁ ବ୍ୟବଚ୍ଛେଦ କରିଥିବା ଜଣାପଡିଛି । ଉକ୍ତ ଘଟରାରେ ସମ୍ପୃକ୍ତ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।