ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପରିସରରେ ୪୯ ତମ ଜାତୀୟ ସୁରକ୍ଷା ସପ୍ତାହ ଗତ କାଲି ଉଦ୍ଯାପିତ ହୋଇଯାଇଛି । ଏହି ସୁରକ୍ଷା ସପ୍ତାହର ଶେଷ ଦିବସରେ ଅନୁଗୁଳ ଫାକ୍ଟରିସ ଆଣ୍ଡ ବଏଲର୍ସ ବିଭାଗର ସହ-ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥିଚ ଭାବେ ଯୋଗଦାନ କରିଥିବା ବେଳେ ଜେଏସପିଏଲ ଓଡିଶାର ମୁଖ୍ୟ ପରିଚାଳନା ଅଧିକାରୀ ପଙ୍କଜ ଗୌତମ, ନିର୍ବାହୀ ନିର୍ଦ୍ଦେଶକ-ମେଟେଂନାନ୍ସ ସୁରେଶ କୁମାର, ଫାକ୍ଟ୍ରି ମ୍ୟାନେଜର ତଥା ଇସ୍ପାତ ନିର୍ମାଣ ମୁଖ୍ୟ ଦାମୋଦର ମିତଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଜିଏମ-ନିରାପତା ନବୀନ ଗୌତମ ନିରାପତା ସମ୍ବନ୍ଧୀୟ ବିବରଣୀ ପାଠ କରିବା ସହ କିପରି ସକ୍ରିୟ ପଦକ୍ଷେପ ଗ୍ରହଣ ଦ୍ୱାରା ଧନ ଜୀବନ ସୁରକ୍ଷିତ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଉମାକାନ୍ତ ସାମନ୍ତରାୟ ଏହି ଅବସରରେ ଓଡିଶା ରାଜ୍ୟ ଫାକ୍ଟ୍ରି ଆଣ୍ଡ ବଏଲର୍ସ ନିର୍ଦ୍ଦେଶାଳୟ ତରଫରୁ ଜାରି ହୋଇଥିବା ୧୦ ସୂତ୍ରୀ ସୁରକ୍ଷା ଉପକ୍ରମ ଏବଂ ଏହାର କାର୍ଯ୍ୟ ଉନ୍ନୟନ ଉପରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପଙ୍କଜ ଗୌତମ ସୁରକ୍ଷା ଶପଥ ପାଠ କରାଇବା ସହ ସୁରକ୍ଷା ସମ୍ବନ୍ଧରେ ବିଭାଗୀୟ ମୁଖ୍ୟଙ୍କ ସମ୍ପୃକ୍ତି ଦ୍ୱାରା ସୁରକ୍ଷା ବ୍ୟବସ୍ଥାରେ ଉନ୍ନତ ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ବିଶ୍ୱ ସ୍ତରୀୟ ସୁରକ୍ଷା ସ୍ତର ହାସଲ କରିବା ନିମନ୍ତେ ଏହି ପ୍ରକାର ସୁରକ୍ଷା ବ୍ୟବସ୍ଥାକୁ ଜାରି ରଖିବା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ସୁରେଶ କୁମାର ପ୍ରତିଷେଧାତ୍ମକ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଏବଂ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହ ଏହି ସ୍ଥିତିରେ ଉନ୍ନତି ଘଟିଲେ ଅଧିକ ଉତ୍ପାଦନ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ । ଦାମୋଦର ମିତଲ ସୁରକ୍ଷା ନିମନ୍ତେ ନିଆଯାଉଥିବା ପଦକ୍ଷେପର ପ୍ରଶଂସା କରିବା ସହ କର୍ମ କ୍ଷେତ୍ରରେ ଗ୍ୟାସ ସମ୍ବନ୍ଧୀୟ ନିରାପତା ଏବଂ ତତ୍ୱ ସମ୍ବନ୍ଧୀୟ ବିପଦ ସମନ୍ଧରେ ସଚେତନତା କାର୍ଯ୍ୟକ୍ରମ ଅଧିକରୁ ଅଧିକ କରିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ । ୪୯ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ନିରାପତା କୁଇଜ, ନିରାପତା ସ୍ଲୋଗାନ ଏବଂ ପୋଷ୍ଟର, ନିରାପତା ବାର୍ତା ଇତ୍ୟାଦି ପ୍ରତିଯୋଗିତା ସପ୍ତାହ ବ୍ୟାପି ସୁରକ୍ଷା ସପ୍ତାହ ପାଳନ ଅବସରରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସଫଳ ପ୍ରତିଭାଗୀ ମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ସରକ୍ଷା ସପ୍ତାହ ପାଳନ ଅବସରରେ କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗ, ସ୍ଥାନୀୟ ଜନସାଧାରଣ, କର୍ମଜୀବି, ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଘରୋଇ ନିରାପତା ଏବଂ ଆଗ୍ନିକ ନିରାପତା ଉପରେ ତାଲିମ ପ୍ରଦାନ କରାଯାଇଥିଲା । ଜେଏସପିଏଲ ଅକୁପେସନାଲ ହେଲଥ ସେଟଂର ମୁଖ୍ୟ ଡାକ୍ତର କୃଷ୍ଣ ପ୍ରସାଦ ବେହେରା ସମ୍ପ୍ରତି ଘାତକ ସାଜିଥିବା କରୋନା ଭାଇରସ ଉପରେ ସଚେତନ କରିବା ନିମନ୍ତେ ଏକ ବିସ୍ତୃତ ବିବରଣୀ ଉପସ୍ଥାପନ କରିବା ସହ ବ୍ୟକ୍ତିଗତ ଏବଂ ସାମୁହିକ ସଫା ସୁତରା ରଖିବା ନିମିତ ଗୁରୁତ୍ୱ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଜିପି ବିଭାଗ ମୁଖ୍ୟ ଏ.ଏନ. ତିୱାରୀ, ଏମଏମଏସ ବିଭାଗ ମୁଖ୍ୟ ଅତୁଲ ଦୂବେ, ସିନ୍ଟର ପ୍ଲାଟଂ ମୁଖ୍ୟ ବ୍ରିଜ ଭଦ୍ରା, ବ୍ଲାଷ୍ଟ ଫର୍ନେସ ବିଭାଗ ମୁଖ୍ୟ ଅରବିନ୍ଦ ଭଗତ, ୟୁଟିଲିଟି ବିଭାଗ ମୁଖ୍ୟ ଖିଲାୱନ ସାହୁ, ପ୍ଲେଟମିଲ ବିଭାଗ ମୁଖ୍ୟ ଯୋଗେଶ ପଟେଲ, ମାନବ ସମ୍ବଳ ବିଭାଗ ମୁଖ୍ୟ ଆଲୋକ ମାଲହୋତ୍ରା ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟପ୍ରଦ ଏବଂ ସମୃଦ୍ଧି କର୍ମ ସଂସ୍କୃତି ନିମନ୍ତେ ସୁରକ୍ଷା ଶପଥ ନେଇଥିଲେ ।