Odisha news

ମାହାଙ୍ଗାରେ ଫେଲ ମାରିଛି ସ୍ୱଚ୍ଛ ଶାସନ ଯୋଜନା : ପାଇଖାନା ନିର୍ମାଣ ଅର୍ଥ ପ୍ରଦାନରେ ଅନୀୟମିତା, ସୂଚନା ତଥ୍ୟରୁ ଫିଟୁଛି ଗୁମର

0

ମାହାଙ୍ଗା  : ମାହାଙ୍ଗା ବ୍ଲକରେ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ଅର୍ଥ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ସଠିକ୍ ସୂଚନା ତଥ୍ୟ ଦେବାକୁ ଆର ଡବ୍ଲୁ ଏସ୍ ଆଣ୍ଡ ଏସ୍ର ବିଭାଗୀୟ ଯନ୍ତ୍ରୀ ପଛଘୁଂଚା ଦେଉଛନ୍ତି । ବିଭାଗର ଅପାରଗତା ପଦାରେ ପଡିିଯିବା ଭୟରେ ପୂର୍ବରୁ ବି ମାହାଙ୍ଗା ଅଂଚଳର ଜଣାଶୁଣା ସୂଚନା କର୍ମୀ ବିବେକାନନ୍ଦ ଦାସଙ୍କୁ ଚିଠି ନଂ ୧୩୨ ତା. ୨୦.୯.୨୦୧୯ ରିଖରେ ୬୦ ହଜାର ଟଙ୍କା ପୈଠ ପାଇଁ ନିଦେ୍ର୍ଦଶ ଦେବା ଘଟଣା ଗଣମାଧ୍ୟମରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ ମାହାଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ପାଇଖାନା ନିର୍ମାଣ ନ କରିବି ହିତାଧିକାରୀଙ୍କୁ ପାଇଖାନା ନିର୍ମାଣ ଅର୍ଥ ପ୍ରଦାନ କରାଯାଇଥିବା ବେଳେ ମଲା ଲୋକଙ୍କ ନାମରେ ପାଇଖାନା ନିର୍ମାଣ ଅର୍ଥ ପ୍ରଦାନ କରାଯାଇ ଅଛି । ଏପରିକି ଜଣେ ବ୍ୟକ୍ତି ନାମରେ ୨ ଥର ପାଇଖାନା ବିଲ ପ୍ରଦାନ କରାଯାଇଥିବା ସୂଚନା ତଥ୍ୟ ନଂ ୧୦୦ ତା. ୧୬.୭.୨୦୧୯ରୁ ଜଣାପଡିଥିଲା ।

ତଥ୍ୟରୁ ପ୍ରକାଶ ଯେ ଭଦ୍ରେଶ୍ୱର ଗ୍ରାମ ପଂଚାୟତର ବିଷ୍ଣୁ ଚରଣ ମହାନ୍ତି, ପିତା – ଗୋବିନ୍ଦ ହିତାଧିକାରୀ ନଂ ୮୬୨୩୬୧୮୬ ପୁନଶ୍ଚ ବିଷ୍ଣୁଚରଣ ମହାନ୍ତି ପିତା – କେ ମହାନ୍ତି ହିତାଧିକାରୀ ହେଉଛି ୮୬୨୬୫୦୮୭ ନାମରେ ପାଇଖାନା ନିର୍ମାଣ ଅର୍ଥ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଅଛି । ବିଷ୍ଣୁ ଚରଣ ମହାନ୍ତି ପିତା – କେ. ମହାନ୍ତି ଝାଡେଶ୍ୱରପୁର ଗ୍ରାମରେ କେହି ନାହିଁନ୍ତି । ସେହିପରି ବିଜୟ କୁମାର ପ୍ରହରାଜ, ପିତା – ବି. ପ୍ରହରାଜ, ବିଜୟ କୁମାର ପ୍ରହରାଜ, ପିତା – ଏ. ପ୍ରହରାଜ ତ୍ରିଲକ ପ୍ରହରାଜ ପିତା ବି. ପ୍ରହରାଜ ତ୍ରିଲକ ପ୍ରହରାଜ , ପିତା – ଡି. ପ୍ରହରାଜଙ୍କ ନାମରେ ସ୍ୱଚ୍ଛ ଭାରତ ଯୋଜନାରେ ଅର୍ଥ ଉଠିଛି । ଏ ଅର୍ଥକୁ ନେଇଛି କିଏ

Leave A Reply